Covid19 Angul: ଅନୁଗୋଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି,ଆଜି ପୁଣି ଜିଲ୍ଲାରୁ ୧୯୬ ଜଣ ଆକ୍ରାନ୍ତ ଚିହ୍ନଟ

covid angul

ଅନୁଗୋଳ: ଦିନକୁ ଦିନ ଅନୁଗୋଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି। ଆଜି ଅନୁଗୋଳ ଜିଲ୍ଲାରୁ ପୁଣି ୧୯୬ ଜଣ ନୂଆ କରୋନା ପଜିଟିଭ (Corona  Positive) ଚିହ୍ନଟ ହୋଇଛନ୍ତି। ଏଥିସହିତ ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ରେ ପହଁଚିଛି।

ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ତାଳଚେର ପୌରାଞ୍ଚଳରୁ ସର୍ବାଧିକ ୩୭ ଜଣ, ଅନୁଗୁଳ ପୌରାଞ୍ଚଳରୁ ୩୧ ଜଣ, ତାଳଚେର ବ୍ଲକ୍ ଅଞ୍ଚଳରୁ ୨୭ ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୨୫ ଜଣ, ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୨୨ ଜଣ ଅଛନ୍ତି ।

ସେହିପରି ଅନୁଗୁଳ ବ୍ଳକ୍ ଅଞ୍ଚଳରୁ ୧୫ ଜଣ, କିଶୋରନଗର ବ୍ଳକ୍ ଅଞ୍ଚଳରୁ ୧୪ ଜଣ, କଣିହାଁ ବ୍ଳକ୍ ଅଞ୍ଚଳରୁ ୧୪ ଜଣ, ପାଳଲହଡା ବ୍ଳକ୍ ଅଞ୍ଚଳରୁ ୧୦ ଜଣ  ଏବଂ ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ଜଣେ ପୁରୁଷ ଅଛନ୍ତି।

ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି। ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ  ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ଏଥିସହିତ ଆଜି ଅନୁଗୁଳ ଜିଲ୍ଲାରୁ ୧୦୫ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ଜଣ କୋଭିଡ ହସପିଟାଲରୁ ଓ ୮୭ ଜଣ ହୋମ ଆଇସୋଲେସନରୁ ସୁସ୍ଥତା ଲାଭ କରିଛନ୍ତି।

Also Read:

Covid19 Angul: ଆଜିଠାରୁ ଅନୁଗୋଳରେ ୧୫ ଦିନ ବନ୍ଦ ରହିବ ଷ୍ଟ୍ରିଟ ଫାଷ୍ଟ ଫୁଡ ଦୋକାନ,ଦୋକାନୀ ମାନଙ୍କଠାରୁ ସଂକ୍ରମଣର ଆଶଙ୍କା,ଚଢାଉ ହେବ ଜୋରଦାର

Share this: