Covid19 India:ଗତ ୨୪ ଘଣ୍ଟା ଭିତରେ ୮୫,୩୬୨ ଜଣ ସଂକ୍ରମିତ,୧୦୮୯ ମୃତ; ଆରୋଗ୍ୟହାର ୮୨.୭୫ ପ୍ରତିଶତ

Share this:

ନୂଆଦିଲ୍ଲୀ: ଦେଶରେ କୋଭିଡ଼୧୯ (Covid-19) ଆରୋଗ୍ୟହାର ଶକତଡ଼ା ୮୨.୭୫ ଭାଗକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ୯୩ ହଜାରରୁ ଅଧିକ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି,ଦେଶରେ ମୋଟ୍‍ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୪୮ ଲକ୍ଷ ୧୯ ହଜାରକୁ ଅତିକ୍ରମ କରିଯାଇଛି। ଆରୋଗ୍ୟ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇ ମୋଟ୍‍ ସଂକ୍ରମଣର ଶତକଡ଼ା ୧୬.୨୫ ରହିଛି। ଦେଶରେ ବର୍ତ୍ତମାନ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୯ଲକ୍ଷ ୬୦ ହଜାର ରହିଛି। ମୋଟ୍‍ ସଂକ୍ରମଣ ୫୯ ଲକ୍ଷରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ଭିତରେ ୮୫ ହଜାର ୩୬୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋଭିଡ଼ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର କମିବାରେ ଲାଗିଛି। ବର୍ତ୍ତମାନ ଦେଶରେ କୋଭିଡ଼ ମୃତ୍ୟୁହାର ଶତକଡ଼ା ୧.୦୨୫ ପ୍ରତିଶତ ରହିଛି, ଯାହା ବିଶ୍ୱର ହାରାହାରି ମୃତ୍ୟୁହାରଠାରୁ ଯଥେଷ୍ଟ କମ୍‍।

ଗତ ୨୪ ଘଣ୍ଟା ଭିତରେ ୧ ହଜାର ୮୯ ଜଣ ମୃତ୍ୟୁବରଣ କରିବାରୁ କୋଭିଡ଼ ମୃତ୍ୟୁସଂଖ୍ୟା ୯୩ ହଜାର ୩୭୯ ରେ ପହଁଚିଛି। ଗତ ୨୪ ଘଣ୍ଟା ଭିତରେ ୧୩ ଲକ୍ଷ ୪୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଥିବାର ଆଇ.ସି.ଏମ୍‍.ଆର୍‍ (ICMR) ଜଣାଇଛି। ଫଳରେ ଦେଶରେ ଏପର୍ଯ୍ୟନ୍ତ ୭ କୋଟି୨ ଲକ୍ଷରୁ ଊର୍ଦ୍ଧ୍ୱ ନମୁନା ପରୀକ୍ଷା କରାଯାଇ ସାରିଲାଣି। ୧ ହଜାର ୮୬ଟି ସରକାରୀ ପରୀକ୍ଷାଗାର ୭୩୭ଟି ବେସରକାରୀ ପରୀକ୍ଷାଗାରକୁ ମିଶାଇ ମୋଟ୍‍ ୧ ହଜାର ୮୨୩ଟି ପରୀକ୍ଷାଗାରରେ କୋଭିଡ଼ ନମୁନା ପରୀକ୍ଷା କରାଯାଉଛି।

Also Read:

Covid19 Cuttack: କଟକରେ ଘରୋଇ କରୋନା ପରୀକ୍ଷା ବନ୍ଦ

Share this: