Angul Covid19: ଅନୁଗୋଳ ଜିଲ୍ଲାରୁ ଆଜି ୧୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ମୋଟ ୬୯୭୬

Share this:

ଅନୁଗୋଳ (ମହିମା ଲାଇଭ ବ୍ୟୁରୋ): ଆଜି ଅନୁଗୋଳ ଜିଲ୍ଲାରୁ ଗୋଟିଏ ପୁଣି  ୧୧୭ ଜଣ ନୂଆ କରୋନା (Corona Virus) ପଜିଟିଭ  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତ ମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ପଜିଟିଭ ସଂଖ୍ୟା ୬ ହଜାର ୯୭୬ ରେ ପହଞ୍ଚିଲା

ସେହିପରି ଆଜି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ ରେ ପହଞ୍ଚିଛି।

ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ସର୍ବାଧିକ ୨୯ ଜଣ, ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୧୮ ଜଣ, ପାଳଲହଡା ବ୍ଳକ୍ ଅଞ୍ଚଳରୁ ୧୫ ଜଣ, ତାଳଚେର ବ୍ଲକ୍ ଅଞ୍ଚଳରୁ ୧୧ ଜଣ, ଅନୁଗୋଳ ପୌରାଞ୍ଚଳରୁ ୧୦ ଜଣ, କଣିହାଁ ବ୍ଳକ୍ ଅଞ୍ଚଳରୁ ୧୦ ଜଣ, ତାଳଚେର ପୌରାଞ୍ଚଳରୁ ୯ ଜଣ, ଅନୁଗୁଳ ବ୍ଳକ୍ ଅଞ୍ଚଳରୁ ୮ ଜଣ, ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୪ ଜଣ ଓ ଆଠମଲ୍ଲିକ ବିଜ୍ଞାପିତ ପରିଷଦ ଅଞ୍ଚଳରୁ ୩ଜଣ ଅଛନ୍ତି । ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି।

ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ କହିଛନ୍ତି।

ଆଜି ଅନୁଗୋଳ ଜିଲ୍ଲାରୁ ୧୪୮ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଜଣ କୋଭିଡ ହସପିଟାଲରୁ, ୬ ଜଣ କୋଭିଡ କେୟାର ସେଣ୍ଟରର ଏବଂ ୧୩ଠ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି। ପରେ ଜିଲ୍ଲାପାଳ ଜିଲ୍ଲାରେ କୋଭିଡର ସ୍ଥିତିକୁ ନେଇ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ।

Also Read | Corona Vaccine:Sputnik-V ପରେ ରୁଷ ଦ୍ୱିତୀୟ କରୋନା ଟୀକାକୁ ଅନୁମୋଦନ, ଖୁବ ଶୀଘ୍ର ଟୀକାକରଣ

Share this:

Leave a Reply

Your email address will not be published. Required fields are marked *