Odisha Covid19: ଆଜି ରାଜ୍ୟରେ ଆଉ ୨୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୨ ହଜାର ୭୭୨ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୫୩୫ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪୫୭ ଜଣ ସୁସ୍ଥ କଟକରୁ ୨୦୨ଜଣ, ଅନୁଗୋଳରୁ ୧୮୨ ଜଣ, ବରଗଡ଼ରୁ ୭୩ ଜଣ, ଯାଜପୁରରୁ ୯୧ ଜଣ, ମୟୁରଭଞ୍ଜରୁ ୬୮ ଜଣ, ଭଦ୍ରକରୁ ୩୩ ଜଣ, ବାଲେଶ୍ଵରରୁ୯୪ ଜଣ, ଢେଙ୍କାନାଳରୁ ୨୭ ଜଣ, ପୁରୀରୁ ୧୮୫ ଜଣ, ଜଗତସିଂପୁରରୁ  ୬୫ ଜଣ, ରାୟଗଡାରୁ ୫୪ ଜଣ, ଗଞ୍ଜାମରୁ ୩୧ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୭୨ ଜଣ, ନୟାଗଡ ୫୫ ଜଣ, ସୋନପୁରରୁ ୫୯ ଜଣ, ବଲାଙ୍ଗୀରରୁ ୭୪ ଜଣ, ସୁନ୍ଦରଗଡରୁ ୧୦୬ ଜଣ, ଝାରସୁଗୁଡାରୁ ୫୬ ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୨ ଜଣ, କେନ୍ଦ୍ରାପଡା ୧୫୦ ଜଣ, କୋରାପୁଟରୁ ୫୧ ଜଣ, କେଉଁଝରରୁ ୭୨ ଜଣ, କନ୍ଧମାଳରୁ ୪୩ ଜଣ, ନୂଆପଡ଼ାରୁ ୧୪୨ ଜଣ, କଳାହାଣ୍ଡିରୁ ୭୮ ଜଣ, ବୌଦ୍ଧରୁ ୨୧ ଜଣ, ମାଲକାନଗିରି ଜିଲ୍ଲାରୁ ୬୭ ଜଣ, ଦେଓଗଡରୁ ୧୮ ଜଣ ଏବଂ ଷ୍ଟେଟ୍ ପୁଲରୁ ୮୪ ଜଣ ସୁସ୍ଥ ହୋଇଛନ୍ତି।

Also Read | Covid19 କୁ ନେଇ ଆଗାମୀ ପାର୍ବଣ ଓ ଶୀତଋତୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାବଳୀ

Share this: