Odisha Covid19: ଆଜି ୧୬୯୫ ଜଣକରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଆଜି ରାଜ୍ୟରେ ୧୭୯୩ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୯୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୭୦୯ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୮୩ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୋଳରୁ ୮୩ ଜଣ, ଗଞ୍ଜାମରୁ ୪୫ ଜଣ, କଟକରୁ ୧୦୩ ଜଣ, କନ୍ଧମାଳ ଜିଲ୍ଲାରୁ ୩୪ ଜଣ, କୋରାପୁଟରୁ ୪୫ ଜଣ, କେନ୍ଦ୍ରାପଡ଼ାରୁ ୪୨ ଜଣ, କେଉଁଝରରୁ ୭୩ ଜଣ ଓ କଳାହାଣ୍ଡିରୁ ୩୬ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୪୨ଜଣ, ସୁନ୍ଦରଗଡ଼ରୁ ୧୧୦ ଜଣ ଓ ସୋନପୁର ଜିଲ୍ଲାରୁ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୫୭ଜଣ, ଜଗତସିଂହପୁରରୁ ୭୭ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୪୫ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୫୬ ଜଣ, ବାଲେଶ୍ଵରରୁ ୧୨୮ଜଣ, ବଲାଙ୍ଗୀରି ଜିଲ୍ଲାରୁ ୬୫ ଜଣ, ବୌଦ୍ଧରୁ ୧୧ ଜଣ ଏବଂ ଭଦ୍ରକରୁ ୩୫ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୭ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୫୧ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୩୨ଜଣ, ନବରଙ୍ଗପୁରରୁ ୫୧ଜଣ ଓ ନୂଆପଡ଼ାରୁ ୯୨ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୨୩ ଜଣ, ରାୟଗଡାରୁ ୧୭ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୪୫ ଜଣ ଏବଂ ମାଲକାନଗିରିରୁ ୩୭ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୩୫ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪୨ ଲକ୍ଷ ୮୦ହଜାର ୨୭୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୭୯ ହଜାର ୫୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨ ଲକ୍ଷ ୫୯ ହଜାର ୪୧୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮ ହଜାର ୮୮୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read | Onion Price: ପିଆଜ ମୂଲ୍ୟ ହ୍ରାସ ପାଇଁ କେନ୍ଦ୍ରସରକାରଙ୍କ ପଦକ୍ଷେପ; ପାଇକାରି ଓ ଖୁଚୁରା ବେପାରୀ ରଖିପାରିବେନି ଅଧିକ ଷ୍ଟକ

Share this: