Corona Odisha:ଆଜି ୧୧ ହଜାର୯୯ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ପୁଣି  ୧୧ହଜାର ୯୯ଜଣ କରୋନା ସଂକ୍ରମିତ(Corona Virus) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୨୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୮୮୫ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୪୬୦ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୫୫୨ଜଣ, ବାଲେଶ୍ଵରରୁ ୪୦୮ଜଣ, ବରଗଡ଼ରୁ ୩୩୯ଜଣ, ଭଦ୍ରକରୁ ୪୩୧ଜଣ, ବଲାଙ୍ଗୀରିରୁ ୨୮୮ଜଣ, ବୌଦ୍ଧରୁ ୨୧୩ଜଣ, କଟକରୁ ୮୬୭ଜଣ, ଦେଓଗଡ଼ରୁ ୧୦୭ଜଣ, ଢେଙ୍କାନାଳରୁ ୧୬୨ଜଣ, ଗଜପତିରୁ ୧୪୧ଜଣ, ଗଞ୍ଜାମରୁ ୨୦୯ଜଣ, ଜଗତସିଂପୁରରୁ ୨୧୯ଜଣ, ଯାଜପୁରରୁ ୨୮୧ଜଣ, ଝାରସୁଗୁଡାରୁ ୩୮୮ଜଣ, କଳାହାଣ୍ଡିରୁ ୧୨୫ଜଣ, କନ୍ଧମାଳରୁ ୮୭ଜଣ, କେଉଁଝରରୁ ୨୦୮ଜଣ, ଖୋର୍ଦ୍ଧାରୁ ୯୦୯ ଜଣ, କୋରାପୁଟରୁ ୨୮୦ଜଣ, କେନ୍ଦ୍ରାପଡ଼ାରୁ ୧୫୬ଜଣ, ମୟୁରଭଞ୍ଜରୁ ୫୦୭ ଜଣ, ମାଲକାନଗିରିରୁ ୧୦୨ଜଣ, ନବରଙ୍ଗପୁରରୁ ୩୫୧ଜଣ, ନୟାଗଡ଼ରୁ ୨୭୭ଜଣ, ନୂଆପଡ଼ାରୁ ୨୩୨ଜଣ, ପୁରୀରୁ ୩୫୬ଜଣ, ରାୟଗଡାରୁ ୧୭୦ଜଣ, ସମ୍ବଲପୁରରୁ ୫୪୭ଜଣ, ସୋନପୁରରୁ ୨୫୨ଜଣ, ସୁନ୍ଦରଗଡରୁ ୯୮୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୪୨ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୦ଲକ୍ଷ ୫୮ହଜାର ୩୮୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୬ ଲକ୍ଷ ୪୪ହଜାର ୪୦୧ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ହଜାର ୨୪୨ସୁସ୍ଥ ହେବା ସହିତ ମୋଟ ୫ ଲକ୍ଷ ୩୬ହଜାର ୫୯୫ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୫ ହଜାର ୩୭୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Odisha Weather:ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ବାତ୍ୟା ସମ୍ଭାବନା

[amazon_auto_links id=”9932″]
Share this: