Corona:ଆଜି ଅନୁଗୁଳରୁ ପୁଣି ୬୪୫ଜଣ କରୋନା ପଜିଟିଭ ଚିହ୍ନଟ,ସୁସ୍ଥ ୪୨୮

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ଆଜି ପୁଣି ୬୪୫ ଜଣ ନୂଆ କରୋନା ପଜିଟିଭ (Corona) ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ୩୬୫ରେ ପହଞ୍ଚିଛି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍‌ ଅଂଚଳରୁ ୧୩୯ଜଣ (୧୦୦ଜଣ ପୁରୁଷ ଓ ୩୯ଜଣ ମହିଳା), ଛେଣ୍ଡିପଦା ବ୍ଳକ୍‌ ଅଂଚଳରୁ ୮୮ଜଣ (୬୫ଜଣ ପୁରୁଷ ଓ ୨୩ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୭୦ଜଣ (୫୩ଜଣ ପୁରୁଷ ଓ ୧୭ଜଣ ମହିଳା), ତାଳଚେର ବ୍ଲକ ଅଂଚଳରୁ ୭୦ଜଣ (୪୧ଜଣ ପୁରୁଷ ଓ ୨୯ଜଣ ମହିଳା), କଣିହାଁ ବ୍ଲକ୍ ଅଂଚଳରୁ ୬୬ଜଣ (୪୦ଜଣ ପୁରୁଷ ଓ ୨୬ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୬୫ଜଣ (୪୧ଜଣ ପୁରୁଷ ଓ ୨୪ଜଣ ମହିଳା), ଅନୁଗୋଳ ବ୍ଳକ୍ ଅଂଚଳରୁ ୫୫ଜଣ (୨୬ ଜଣ ପୁରୁଷ ଓ ୨୯ଜଣ ମହିଳା), କିଶୋରନଗର ବ୍ଳକ୍ ଅଂଚଳରୁ ୩୮ଜଣ (୩୦ଜଣ ପୁରୁଷ ଓ ୮ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୨୪ଜଣ (୧୫ଜଣ ପୁରୁଷ ଓ ୯ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୧୫ଜଣ (୧୦ଜଣ ପୁରୁଷ ଓ ୫ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୫ଜଣ (୮ଜଣ ପୁରୁଷ ଓ ୭ଜଣ ମହିଳା) ଅଛନ୍ତି।

ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ  ସଂଖ୍ୟା ୭୫୫ ରେ ପହଂଚିଛି।

ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୯୯ ଜଣଂକୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୋଳ ଜିଲ୍ଲାରୁ ୪୨୮ଜଣ ସୁସ୍ଥ ହୋଇଛନ୍ତି।

Also Read | Odisha Weather:ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ବାତ୍ୟା ସମ୍ଭାବନା

Share this: