DL New Apply: ଏହିସବୁ RTO ରେ ନୂଆ ଡିଏଲ୍‍ ଆବେଦନ ପାଇଁ ଅନୁମତି

Share this:

ଭୂବନେଶ୍ଵର: ବର୍ତ୍ତମାନ ରାଜ୍ୟରେ ୨୧ଟି ଆର୍‍ଟିଓ (RTO) ରେ ନୂଆ ଡିଏଲ୍‍ ଆବେଦନ (DL Apply) କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ଚଣ୍ଡିଖୋଲ, ବରପାଲି, କୋରାପୁଟ (Koraput), ମୟୁରଭଞ୍ଜ, ଫୁଲବାଣୀ, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା, ଅନୁଗୋଳ (Angul), ଗଜପତି, ନବରଙ୍ଗପୁର, ବୌଦ୍ଧ, ଦେଓଗଡ଼, ମାଲକାନଗିରି, ଭଞ୍ଜନଗର, ଗଞ୍ଜାମ, ସୋନପୁର, ତାଳଚେର (Talcher), ରାଇରଙ୍ଗପୁର, ରାଉରକେଲା, ସମ୍ବଲପୁର (Sambalpur) ଆରଟିଓ କାର୍ଯ୍ୟାଳୟକୁ ସାମିଲ କରାଯାଇଛି।

ସୂଚନାଯୋଗ୍ୟ ରାଜ୍ୟରେ କରୋନା ଭୂତାଣୁ ମହାମାରୀ (Corona Virus Pandemic) ଯୋଗୁଁ ଗତ ୮ ମାସ ହେବ ଏହି ଟେଷ୍ଟ ବନ୍ଦ୍‍ ରହିଥିଲା। ଗତ ୧୨ ତାରିଖରୁ ନୂତନ ସ୍ଲଟ୍‍ ପାଇଁ ବୁକିଂ ଆରମ୍ଭ ହୋଇଛି। ତେବେ ପୂର୍ବରୁ ଆବେଦନ କରିଥିବା ୨ ଲକ୍ଷ ଲୋକଙ୍କର ଟେଷ୍ଟ ସରିବା ପରେ ହିଁ ନୂଆ ଆବେଦନକାରୀଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା। ଟେଷ୍ଟ ସମୟରେ କୋଭିଡ୍‍ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

Also Read | Odisha Covid-19: ଆଜି ରାଜ୍ୟରେ ୭୫୭ ନୂଆ ସଂକ୍ରମିତ ଚିହ୍ନଟ

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *