Covid-19 ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ରର ଆର୍ଥିକ ସହାୟତା, ପରିବାର ପାଇବେ ପାଞ୍ଚ ଲକ୍ଷ ଟଙ୍କା

Share this:

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ (Information and Broadcasting) ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର (Prakash Javadekar) ଙ୍କ ତତ୍ତ୍ଵାବଧାନରେ ମନ୍ତ୍ରଣାଳୟ ନିଜ ପକ୍ଷରୁ ୨୦୨୦ ଓ ୨୦୨୧ରେ କୋଭିଡ-୧୯ (Covid-19) ରେ ପ୍ରାଣ ହରାଇଥିବା ସାମ୍ବାଦିକ (Journalist) ମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ସଂଗ୍ରହ କରି ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସେମାନଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଯୋଜନା କରିଛନ୍ତି।

 ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅମିତ ଖାରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାମ୍ବାଦିକ କଲ୍ୟାଣ ଯୋଜନା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରସ୍ତାବରେ ୨୦୨୦-୨୧ ଆର୍ଥିକ ବର୍ଷରେ କୋଭିଡ-୧୯ ଯୋଗୁଁ ପ୍ରାଣ ହରାଇଥିବା ୨୬ଜଣ ସାମ୍ବାଦିକଙ୍କ ପ୍ରତ୍ୟେକ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାର ମୃତ ସାମ୍ବାଦିକମାନଙ୍କ ୪୧ଟି ପରିବାରକୁ ଦେଉଥିବା ଆର୍ଥିକ ସହାୟତା ମିଶାଇବା ପରେ କୋଭିଡ ସହ ପ୍ରାଣତ୍ୟାଗ କରିଥିବା ସାମ୍ବାଦିକଙ୍କ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। କମିଟି ପକ୍ଷରୁ ଗଭୀର ଶୋକପ୍ରକଟ କରାଯିବା ସହ ଦିବଂଗତ ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ଶୋକ ସନ୍ଦେଶ ମଧ୍ୟ ଜଣାଇ ଦିଆଯାଇଛି ।

ପତ୍ର ସୂଚନା କାର୍ଯ୍ୟାଳୟ ମଧ୍ୟ ନିଜ ପକ୍ଷରୁ କୋଭିଡ-୧୯ରେ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ପରିବାରବର୍ଗଙ୍କୁ ଦେଖାକରି ସେମାନଙ୍କ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ସହାୟତା ପାଇଁ ଆବେଦନ କରିବାକୁ ପ୍ରବର୍ତ୍ତାଇଥିଲେ। କମିଟି ମଧ୍ୟ ପ୍ରତି ସପ୍ତାହରେ ସାମ୍ବାଦିକ କଲ୍ୟାଣ ଯୋଜନା (JWS) ବୈଠକ କରି  ଆର୍ଥିକ ସହାୟତା ପାଇଁ ଆବେଦନକାରୀଙ୍କ ଦରଖାସ୍ତ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଥିଲେ। କୋଭିଡ-୧୯ ବ୍ୟତୀତ ଅନ୍ୟକାରଣ ଯୋଗୁଁ ପ୍ରାଣ ହରାଇଥିବା ୧୧ଜଣ ସାମ୍ବାଦିକ  ପରିବାରର ଦରଖାସ୍ତ ମଧ୍ୟ ଆଜି ବିଚାରକୁ ନେଇଥିଲେ। ଜେଏସଡବ୍ଲୁ ବୈଠକରେ ପିଆଇବିର ପ୍ରଧାନ ମହାନିର୍ଦ୍ଦେଶକ ଶ୍ରୀ ଜୟଦୀପ ଭଟ୍ଟନାଗର, ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ ବିକ୍ରମ ସହାୟ, କମିଟିର ସାମ୍ବାଦିକ ପ୍ରତିନିଧି ଶ୍ରୀ ସନ୍ତୋଷ ଠାକୁର, ଶ୍ରୀ ଅମିତ କୁମାର, ଶ୍ରୀ ଉମେଶ୍ୱର କୁମାର, ଶ୍ରୀମତୀ ସର୍ଜନା ଶର୍ମା ମଧ୍ୟ ଉପସ୍ଥିତ ଥିଲେ । ପିଆଇବି ୱେବସାଇଟ୍ ଜରିଆରେ https://accreditation.pib.gov.in/jws/default.aspx ସାମ୍ବାଦିକ ଓ ସେମାନଙ୍କ ପରିବାର ସାମ୍ବାଦିକ କଲ୍ୟାଣ ଯୋଜନା (JWS)ଅଧୀନରେ ସହାୟତା ପାଇଁ ଆବେଦନ କରିପାରିବେ।

Also Read | ଓଡ଼ିଶା ମିଡ଼ିଆ ପାଇଁ ଆସୁଛି ସୁବର୍ଣ୍ଣ ଯୁଗ! ଓଡିଆ ଗଣମାଧ୍ୟମରେ ପାଦ ଦେବେ ଜାତୀୟସ୍ତରର News Channel

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *