Corona:ରାଜ୍ୟରୁ ଆଜି ୭ ହଜାର ୨୧୬ ସଂକ୍ରମିତ ଚିହ୍ନଟ,କଟକରୁ ସର୍ବାଧିକ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ୭ ହଜାର ୨୧୬ ଜଣ କରୋନା ସଂକ୍ରମିତ (Corona Virus) ରାଜ୍ୟରୁ  ଚିହ୍ନଟ ହୋଇଛନ୍ତି।ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୭୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୯୬୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୦୯୧ଜଣ କରୋନା ସଂକ୍ରମିତ କଟକରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୪୦୯ଜଣ, ବାଲେଶ୍ଵରରୁ ୨୧୫ଜଣ, ବରଗଡ଼ରୁ ୩୩୧ଜଣ, ଭଦ୍ରକରୁ ୨୪୬ଜଣ, ବଲାଙ୍ଗୀରିରୁ ୧୩୦ଜଣ, ବୌଦ୍ଧରୁ ୧୪୮ଜଣ, ଦେଓଗଡ଼ରୁ ୬୮ଜଣ, ଢେଙ୍କାନାଳରୁ ୪୨୮ଜଣ, ଗଜପତିରୁ ୩୦ଜଣ, ଗଞ୍ଜାମରୁ ୧୫୦ଜଣ, ଜଗତସିଂପୁରରୁ ୧୮୩ଜଣ, ଯାଜପୁରରୁ ୨୪୧ଜଣ, ଝାରସୁଗୁଡାରୁ ୬୪ଜଣ, କଳାହାଣ୍ଡିରୁ ୧୫୦ଜଣ, କନ୍ଧମାଳରୁ ୧୦୧ଜଣ, କେଉଁଝରରୁ ୭୨ଜଣ, ଖୋର୍ଦ୍ଧାରୁ ୮୦୯ଜଣ, କୋରାପୁଟରୁ ୨୨୦ଜଣ, କେନ୍ଦ୍ରାପଡ଼ାରୁ ୪୮୭ଜଣ, ମୟୁରଭଞ୍ଜରୁ ୨୭ଜଣ, ମାଲକାନଗିରିରୁ ୧୩୫ଜଣ, ନବରଙ୍ଗପୁରରୁ ୨୪୨ଜଣ, ନୟାଗଡ଼ରୁ ୧୬୪ଜଣ, ନୂଆପଡ଼ାରୁ ୬୬ଜଣ, ପୁରୀରୁ ୧୧୦ଜଣ, ରାୟଗଡାରୁ ୨୪୬ଜଣ, ସମ୍ବଲପୁରରୁ ୨୪୧ଜଣ, ସୋନପୁରରୁ ୭୪ଜଣ, ସୁନ୍ଦରଗଡରୁ ୧୮୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୪୬ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୫ଲକ୍ଷ ୯୬ହଜାର ୭୫୩ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭ ଲକ୍ଷ ୩୯ହଜାର ୯୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୧ ହଜାର ୫୫୧ସୁସ୍ଥ ହେବା ସହିତ ମୋଟ ୬ ଲକ୍ଷ ୩୫ ହଜାର ୧୭୯ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୨ହଜାର ୭୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Cyclone Yaas:ୟାସ ବାତ୍ୟାର କ୍ଷୟ କ୍ଷତି ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଆସନ୍ତା କାଲି ଆସିବେ ଓଡ଼ିଶା

[amazon_auto_links id=”9932″]

Share this: