Corona Angul:କମିଛି ସଂକ୍ରମଣ,ଆଜି ଅନୁଗୁଳ ଜିଲ୍ଲାରୁ ୩୭୪ ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ ପୁଣି ଆଜିଆ କରୋନା ୩୭୪ ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨ ହଜାର ୧୯୭ ରେ ପହଞ୍ଚିଛି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ବଅଁରପାଳ ବ୍ଳକ୍‌ ଅଂଚଳରୁ ୬୯ ଜଣ (୪୩ ଜଣ ପୁରୁଷ ଓ ୨୪ଜଣ ମହିଳା) ଚିହ୍ନଟ ହୋଇଛନ୍ତି। ସେହିପରି ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୬୭ଜଣ (୪୦ଜଣ ପୁରୁଷ ଓ ୨୭ଜଣ ମହିଳା), ଅନୁଗୋଳ ବ୍ଲକ୍ ଅଂଚଳରୁ ୨୭ଜଣ (୧୯ଜଣ ପୁରୁଷ ଓ ୮ଜଣ ମହିଳା), ତାଳଚେର ବ୍ଲକ ଅଂଚଳରୁ ୪୨ଜଣ (୨୭ଜଣ ପୁରୁଷ ଓ ୧୫ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୫୭ଜଣ (୩୭ଜଣ ପୁରୁଷ ଓ ୨୦ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୩୧ଜଣ (୧୯ଜଣ ପୁରୁଷ ଓ ୧୨ଜଣ ମହିଳା), କିଶୋରନଗର ବ୍ଳକ୍‌ ଅଂଚଳରୁ ୧୩ଜଣ (୮ଜଣ ପୁରୁଷ ଓ ୫ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୩୨ଜଣ (୧୯ଜଣ ପୁରୁଷ ଓ ୧୩ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୨୨ଜଣ (୧୩ଜଣ ପୁରୁଷ ଓ ୯ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୧୧ଜଣ (୬ଜଣ ପୁରୁଷ ଓ ୫ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୩ ଜଣ ପୁରୁଷ ଅଛନ୍ତି।

ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୧୦୮ ଜଣକୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୁଳ ଜିଲ୍ଲାରୁ ୬୫୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୮୯ଜଣ କରୋନାରେ ମୃତ୍ୟୁବରଣ କଲେଣି।

Also Read | Corona:କମିଲା ସଂକ୍ରମଣ,ରାଜ୍ୟରୁ ଆଜି ୬ହଜାର ୭୩୬ ସଂକ୍ରମିତ ଚିହ୍ନଟ, ଅନୁଗୁଳରୁ ସର୍ବାଧିକ

[amazon_auto_links id=”9939″]
Share this: