Covid-19 Odisha News: କମୁଛି କରୋନା ସଂକ୍ରମଣ, ଟଳିନି ବିପଦ; ଆଜି ୧୪୯୭ ପଜିଟିଭ ଚିହ୍ନଟ, ୨୦ ମୃତ୍ୟୁ

Share this:

ଭୁବନେଶ୍ଵର: odisha covid news updates ଓଡିଶାରେ ବର୍ତ୍ତମାନ କୋଭିଡ-୧୯ (Covid-19) ସଂକ୍ରମଣ କମୁଛି। ହେଲେ କରୋନା ବିପଦ ସମ୍ପୂର୍ଣ୍ଣ ଭାବରେ ଟଳି ନାହିଁ। ଦୁଇଟି ଡୋଜ ଟୀକା ନେଇଥିଲେବି ମାସ୍କ ସଠିକ ଭାବରେ ପିନ୍ଧିବା ଉଚିତ। ଏଥିସହିତ ନିୟମିତ ହାତ ସାବୁନରେ ଭଲ ଭାବରେ ଧୋଇବା ଉଚିତ। ଆଜି ୧୪୯୭ଜଣ କରୋନା ଭୂତାଣୁ (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୨୮୩ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୮୭୪ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬୨୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୭୧ଜଣ, ବାଲେଶ୍ଵରରୁ ୫୦ଜଣ, ବରଗଡ଼ରୁ ୨୨ଜଣ, ଭଦ୍ରକରୁ ୧୯ଜଣ, ବଲାଙ୍ଗୀରିରୁ ୨୨ଜଣ, ବୌଦରୁ ୩୨ଜଣ, କଟକରୁ ୬୯ଜଣ, ଦେଓଗଡ଼ରୁ ୬୨ଜଣ, ଢେଙ୍କାନାଳରୁ ୨୭ଜଣ, ଗଜପତିରୁ ୪୫ଜଣ, ଗଞ୍ଜାମରୁ ୮ଜଣ, ଜଗତସିଂପୁରରୁ ୨୪ଜଣ, ଯାଜପୁରରୁ ୬୪ଜଣ, ଝାରସୁଗୁଡାରୁ ୭୫ଜଣ, କଳାହାଣ୍ଡିରୁ ୩୮ଜଣ, କନ୍ଧମାଳରୁ ୩୧ଜଣ, କେନ୍ଦ୍ରାପଡ଼ାରୁ ୧୬ଜଣ, କେଉଁଝରରୁ ୪୨ଜଣ, କୋରପୁଟରୁ ୬୬ଜଣ, ମାଲକାନଗିରିରୁ ୭ଜଣ, ମୟୁରଭଞ୍ଜରୁ ୩୫ଜଣ, ନବରଙ୍ଗପୁରୁ ୩୪ଜଣ, ନୟାଗଡ଼ରୁ ୫୬ଜଣ, ନୂଆପଡ଼ାରୁ ୨୩ଜଣ, ପୁରୀରୁ ୩୭ଜଣ, ରାୟଗଡାରୁ ୫୨ଜଣ, ସମ୍ବଲପୁରରୁ ୫୯ଜଣ, ସୋନପୁରରୁ ୬ଜଣ, ସୁନ୍ଦରଗଡରୁ ୧୦୧ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୫୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୮୦ ଲକ୍ଷ ୪୩ ହଜାର ୬୧୫ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୬୮ହଜାର ୩୦୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୬୨୪ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୩୭ ହଜାର ୯୭୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୧ ହଜାର ୫୨୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରି ରାଜ୍ୟରେ ୨୦ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୫୪କୁ ବୃଦ୍ଧି ପାଇଛି।

Read Also | Weather Report Odisha: ଓଡ଼ିଶାରେ ଆଉ ତିନିଦିନ ହେବ ଘନ କୁହୁଡି

Share this: