Corona:କମିଲା ସଂକ୍ରମଣ,ରାଜ୍ୟରୁ ଆଜି ୬ହଜାର ୭୩୬ ସଂକ୍ରମିତ ଚିହ୍ନଟ, ଅନୁଗୁଳରୁ ସର୍ବାଧିକ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି କମିଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ୬ ହଜାର ୭୩୬ଜଣ କରୋନା ସଂକ୍ରମିତ (Corona Virus) ରାଜ୍ୟରୁ  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୭୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୯୬୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୭୮୮ ଜଣ କରୋନା ସଂକ୍ରମିତ ଅନୁଗୁଳରୁ ଚିହ୍ନଟ ହୋଇଛନ୍ତି। ସେହିପରି, ବାଲେଶ୍ଵରରୁ ୭୧ଜଣ, ବରଗଡ଼ରୁ ୪୦୫ଜଣ, ଭଦ୍ରକରୁ ୨୦୬ଜଣ, ବଲାଙ୍ଗୀରିରୁ ୧୪୪ଜଣ, ବୌଦ୍ଧରୁ ୨୬୨ଜଣ, କଟକରୁ ୩୬୨ଜଣ, ଦେଓଗଡ଼ରୁ ୬୪ଜଣ, ଢେଙ୍କାନାଳରୁ ୧୭୮ଜଣ, ଗଜପତିରୁ ୮୦ଜଣ, ଗଞ୍ଜାମରୁ ୧୯୬ଜଣ, ଜଗତସିଂପୁରରୁ ୧୦୬ଜଣ, ଯାଜପୁରରୁ ୩୭୪ଜଣ, ଝାରସୁଗୁଡାରୁ ୧୨୦ଜଣ, କଳାହାଣ୍ଡିରୁ ୨୪୧ଜଣ, କନ୍ଧମାଳରୁ ୮୫ଜଣ, କେଉଁଝରରୁ ୨୪ଜଣ, ଖୋର୍ଦ୍ଧାରୁ ୫୧୭ଜଣ, କୋରାପୁଟରୁ ୨୧୯ଜଣ, କେନ୍ଦ୍ରାପଡ଼ାରୁ ୨୪ଜଣ, ମୟୁରଭଞ୍ଜରୁ ୩୪ଜଣ, ମାଲକାନଗିରିରୁ ୯୮ଜଣ, ନବରଙ୍ଗପୁରରୁ ୨୮୨ଜଣ, ନୟାଗଡ଼ରୁ ୨୦୭ଜଣ, ନୂଆପଡ଼ାରୁ ୪୮ଜଣ, ପୁରୀରୁ ୨୬୫ଜଣ, ରାୟଗଡାରୁ ୧୨୩ଜଣ, ସମ୍ବଲପୁରରୁ ୩୦୯ଜଣ, ସୋନପୁରରୁ ୮୨ଜଣ, ସୁନ୍ଦରଗଡରୁ ୭୨୦ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୦୨ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୫ଲକ୍ଷ ୫୨ହଜାର ୯୮୫ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭ ଲକ୍ଷ ୩୨ହଜାର ୭୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ ହଜାର ୬୩୫ ସୁସ୍ଥ ହେବା ସହିତ ମୋଟ ୬ ଲକ୍ଷ ୨୩ ହଜାର ୬୨୮ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୬ ହଜାର ୪୪୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Yaas:୨୪ ଘଣ୍ଟାରେ ୮୦ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

[amazon_auto_links id=”9932″]

Share this: