ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Share this:

ଭୁବନେଶ୍ୱର: ଓଡ଼ିଶା (Odisha) ରେ ନକଲି ଔଷଧ କାରବାର ଚାଲିଛି। ରାଜ୍ୟର ବିଭିନ୍ନ ଜିଲାରେ ନକଲି ଔଷଧ ଜବତ କରାଯାଇଛି। ନକଲି ଔଷଧ କାରବାର ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଆଜି ସନ୍ଧ୍ୟାରେ ନିର୍ଦେଶ ଦେଇଛନ୍ତି। ପ୍ରଥମେ କଟକ କନିକା ଛକସ୍ଥିତ ଏକ ଔଷଧ ହୋଲସେଲ୍ ଗୋଦାମରୁ ୬୯ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇଥିଲା।  

କଟକରୁ ଏକ ଔଷଧ ଦୋକାନ ଉପରେ ଡ୍ରଗ୍ସ କଂଟ୍ରୋଲର ସ୍କ୍ୱାର୍ଡ ଚଢାଉ କରି ବିପୁଳ ପରିମାଣର ନକଲି ଫାଭିପିରାଭିର ଔଷଧ ଜବତ କରାଯାଇଥିଲା। ମେଡିସିନ ହୋଲସେଲର ଦୋକାନରୁ ୧୭ ହଜାର ଫାଭିପିରାଭିର ଟାବଲେଟ ଜବତ ହୋଇଥିଲା। ମେଡିସିନ ଷ୍ଟୋରରୁ ୧୭୦ ପେଟି ଫାଭିପିରାଭିର ଜବତ ହୋଇଥିଲା। ସେଥିରେ ୧୭ହଜାର ଟାବଲେଟ ଥିବା ଜଣାପଡିଛି। ନକଲି ଔଷଧ କାରବାର ନେଇ ଖବର ସାମ୍ନାକୁ ଆସିବା ପରେ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟବିଭାଗ ଔଷଧ ନିଗମ ଓ ପୁଲିସ ମିଳିତ ଭାବେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି। ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣର ଔଷଧ ଯୋଗାଇ ଦେଉଛନ୍ତି। କୌଣସି ରୋଗୀ ଔଷଧରୁ ବଂଚିତ ହେଉନାହାନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ଦେଇଛି।

Also Read | ଏଥର ବିନା ପରୀକ୍ଷାରେ ମିଳିବ ଡ୍ରାଇଭିଂ ଲାଇସେନ୍ସ, ଆଉ ଯିବାକୁ ପଡିବନି RTO

[amazon_auto_links id=”9939″]

Share this: