ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୭୦୪୨୧ ନୂଆ corona ପଜିଟିଭ ଚିହ୍ନଟ

Share this:

ନୂଆଦିଲ୍ଲୀ: ଭାରତରେ ଦୈନିକ କରୋନା (Coronavirus) ସଂକ୍ରମଣରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦ ହଜାର ୪୨୧ ନୂଆ କରୋନା ମାମଲା ଆସିଛି। କ୍ରମାଗତ ୭ ଦିନ ଧରି ଦେଶରେ ଦୈନିକ ନୂଆ ମାମଲା ୧ ଲକ୍ଷ ତଳେ ରହିଛି। କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ସରକାରଙ୍କ ମିଳିତ ପ୍ରଚେଷ୍ଟା ଫଳରେ ଏହା ସମ୍ଭବ ହୋଇପାରିଛି।

ଭାରତରେ ସକ୍ରିୟ କରୋନା ମାମଲା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଦେଶରେ ଆଜି ସକ୍ରିୟ ମାମଲା ରହିଛି ୯ ଲକ୍ଷ ୭୩ ହଜାର ୧୫୮ଟି। ଏହା ୬୬ ଦିନ ପରେ ସକ୍ରିୟ ମାମଲା ୧୦ ଲକ୍ଷ ତଳକୁ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ପ୍ରାୟ ୫୩ ହଜାର ହ୍ରାସ ହୋଇଛି ଏବଂ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୩.୩୦% ରହିଛି ସକ୍ରିୟ ମାମଲା।

ଦେଶରେ ପ୍ରତିଦିନ କୋଭିଡ-୧୯ ସଂକ୍ରମଣରୁ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଗତ ୩୨ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣକୁ ପଛରେ ପକାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୧୯ ହଜାର ୫୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଆସିଥିବା ନୂଆ କରୋନା ମାମଲା ତୁଳନାରେ ପ୍ରାୟ ୫୦ ହଜାର ଅଧିକ ଲୋକ ସୁସ୍ଥ ହୋଇଛନ୍ତି।

ଦେଶରେ କୋଭିଡ ମହାମାରୀ ଆରମ୍ଭ ହେବା ଦିନରୁ ଏ ପର୍ଯ୍ୟନ୍ତ କୋଭିଡ-୧୯ ସଂକ୍ରମଣରୁ ୨ କୋଟି ୮୧ ଲକ୍ଷ ୬୨ ହଜାର ୯୪୭ ଜଣ ଲୋକ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୧୯ ହଜାର ୫୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ମୋଟ ସୁସ୍ଥତା ହାର ୯୫.୪୩% ରହିଛି ଏବଂ କ୍ରମେ ଏଥିରେ ବୃଦ୍ଧି ଘଟୁଛି।

ସେହିପରି ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଲକ୍ଷ ୯୨ ହଜାର ୧୫୨ ଟେଷ୍ଟ ହୋଇଛି। ଭାରତରେ ଏ ପର୍ଯ୍ୟନ୍ତ ମୋଟ ପ୍ରାୟ ୩୮ କୋଟି ଟେଷ୍ଟ କରାଯାଇଛି। ଦେଶବ୍ୟାପୀ ଟେଷ୍ଠିଂ ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି। ଏବେ ସାପ୍ତାହିକ ପଜିଟିଭିଟି ହାର ୪.୫୪% ଥିବା ବେଳେ ଦେହନିକ ପଜିଟିଭିଟି ହାର ଅଛି ୪.୭୨%। ଦୈନିକ ପଜିଟିଭିଟି ହାର ଗତ ୨୧ ଦିନ ଧରି ୧୦% ତଳେ ରହିଛି। ଆଜି ସକାଳ ୭ଟା ସୁସ୍ଥ ଦେଶରେ ୩୫ ଲକ୍ଷ ୩୨ ହଜାର ୩୭୫ ସେସନରେ ମୋଟ ୨୫ କୋଟି ୪୮ ଲକ୍ଷ ୪୯ ହଜାର ୩୦୧ ଡୋଜ୍ ଟିକା ଦିଆଯାଇଛି।

Also Read | Covid-19: ଆଜି ରାଜ୍ୟରୁ ଆଉ ୪୪ ଜଣଙ୍କ କରୋନାରେ ମୃତ୍ୟୁ

[amazon_auto_links id=”10233″]

Share this: