Covid-19:ଆଜି ରାଜ୍ୟରୁ ୪୩୩୯ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶାରେ ବର୍ତ୍ତମାନ କରୋନା ଭୂତାଣୁ  (Coronavirus)  ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୮୬୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୭୦୦ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୨୨୬ଜଣ, ବାଲେଶ୍ଵରରୁ ୨୯୬ଜଣ, ବରଗଡ଼ରୁ ୬୮ଜଣ, ଭଦ୍ରକରୁ ୨୦୯ଜଣ, ବଲାଙ୍ଗୀରିରୁ ୫୩ଜଣ, ବୌଦ୍ଧରୁ ୫୪ଜଣ, କଟକରୁ ୪୮୦ଜଣ, ଦେଓଗଡ଼ରୁ ୨୬ଜଣ, ଢେଙ୍କାନାଳରୁ ୧୪୪ଜଣ, ଗଜପତିରୁ ୩୬ଜଣ, ଗଞ୍ଜାମରୁ ୨୯ଜଣ, ଜଗତସିଂପୁରରୁ ୧୪୩ଜଣ, ଯାଜପୁରରୁ ୨୦୭ଜଣ, ଝାରସୁଗୁଡାରୁ ୧୩ଜଣ, କଳାହାଣ୍ଡିରୁ ୬୨ଜଣ, କନ୍ଧମାଳରୁ ୬୨ଜଣ, କେନ୍ଦ୍ରାପଡ଼ାରୁ ୧୮୧ଜଣ, କେଉଁଝରରୁ ୯୨ଜଣ, କୋରାପୁଟରୁ ୬୫ଜଣ, ମୟୁରଭଞ୍ଜରୁ ୧୫୮ଜଣ, ମାଲକାନଗିରିରୁ ୫୦ଜଣ, ନବରଙ୍ଗପୁରରୁ ୭୮ଜଣ, ନୟାଗଡ଼ରୁ ୧୪୯ଜଣ, ନୂଆପଡ଼ାରୁ ୧୪ଜଣ, ପୁରୀରୁ ୨୫୫ଜଣ, ରାୟଗଡାରୁ ୬୪ଜଣ, ସମ୍ବଲପୁରରୁ ୫୪ଜଣ, ସୋନପୁରରୁ ୮୪ଜଣ, ସୁନ୍ଦରଗଡରୁ ୧୭୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୦୯ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୨୭ ଲକ୍ଷ ୨୦ ହଜାର ୯୩୨ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୫୬ ହଜାର ୧୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭ ହଜାର ୭୩୩ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୯୬ ହଜାର ୭୯୯ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୫ ହଜାର ୯୨୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।  

Also Read | Watch: ଡ୍ରେନ୍ ସଫା ନକରିବାରୁ ବିଧାୟକ ରାଗି, କଣ୍ଟ୍ରାକ୍ଟରଙ୍କ ଉପରେ ଅଳିଆ ଢ଼ାଳିଲେ

[amazon_auto_links id=”9932″]

Share this: