Panchayat Shutdown: ରାଜ୍ୟରେ ପୁଣି କେତେକ ପଞ୍ଚାୟତକୁ ସଟଡାଉନ କଲେ ସମ୍ପୃକ୍ତ ସରପଞ୍ଚ

Share this:

ଝାରସୁଗୁଡ଼ା: ଦିନକୁ ଦିନ ବଢ଼ି ବଢ଼ି ଚାଲିଥିବା କରୋନା (Covid-19) ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‍ଡାଉନ୍‍ ଜାରି ରହିଛି। ସେହିପରି କିଛି ପଞ୍ଚାୟତ (Gram Panchayat) ରେ ବର୍ତ୍ତମାନ ସଟଡାଉନ ଓ ଲକଡାଉନ (Shutdown  and Lockdown) ଲାଗୁକରାଯାଇଛି। ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ଏହା ଲାଗୁ କରିଛନ୍ତି।

ସୂଚନା ଅନୁସାରେ ଝାରସୁଗୁଡ଼ା (Jharsuguda) ଜିଲ୍ଲାର ସାହାସପୁର ପଂଚାୟତକୁ ୫ ଦିନ ପାଇଁ ଲକଡାଉନ୍‍ ଘୋଷଣା କରିଛନ୍ତି ସରପଞ୍ଚ ଜିତେନ୍ଦ୍ର ରଣା। ସାହସପୁର ସମେତ ପାକେଲପଡ଼ା ଓ କୁଲେମୁରା ପଂଚାୟତରେ ଦୈନିକ କରୋନା ସଂକ୍ରମଣ ବଢ଼ୁଥିବା ଯୋଗୁଁ ଲକଡାଉନ୍‍ ଘୋଷଣା କରାଯାଇଛି।

amazon-adv

ସେହିପରି ଲଗାତାର ଭାବେ କଳାହାଣ୍ଡି ଜିଲ୍ଲା (Kalahandi) ନର୍ଲା ବ୍ଲକର ବିଭିନ୍ନ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ନର୍ଲା ବ୍ଲକର ନର୍ଲା, ରୁପ୍ରାରୋଡ ଓ ଶାନ୍ତପୁର ପଞ୍ଚାୟତକୁ ୭ଦିନ ପାଇଁ ପଂଚାୟତର ସରପଞ୍ଚମାନେ ସଟଡାଉନ ଘୋଷଣା କରିଛନ୍ତି। ପରିସ୍ଥିତି ଭୟଙ୍କର ହେଉଥିବା ଅନୁମାନ କରି ସେମାନେ ସଟଡାଉନ ଘୋଷଣା କରିଥିବା ସେମାନେ ପ୍ରକାଶ କରିଛନ୍ତି। ଏହି ସମୟରେ ସମସ୍ତେ ସତର୍କ ରହିବାକୁ ସରପଞ୍ଚମାନେ ନିବେଦନ କରିଛନ୍ତି।

Also Read | Corona Odisha: ରାଜ୍ୟରେ କରୋନାର ତାଣ୍ଡବ ଜାରି, ଆଜି ୬ ହଜାର ୬୪୭ କରୋନା ସଂକ୍ରମିତ ଚିହ୍ନଟ

Share this: