Weekend Shutdown: ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‍ଡାଉନ୍‍ ଜାରି, ଅମାନିଆଙ୍କଠାରୁ ଜରିମାନା ଅର୍ଥ ଆଦାୟ

Share this:

 ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ (Covid Pandemic) ର ଦ୍ୱିତୀୟ ଲହର ଜାରି ରହିଥିବାବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କିନ୍ତୁ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‍ଡାଉନ୍‍ (Weekend Shutdown) ଜାରି କରିଛନ୍ତି।

ରାଜଧାନୀ ଭୁବନେଶ୍ୱର ଓ କଟକ ଟୁଇନ୍‍ ସିଟିରେ ମଧ୍ୟ ଆଜି ସକାଳ ୫ଟାରୁ ଆସନ୍ତା ସୋମବାର ୬ଟା ଯାଏଁ ଲାଗୁ ହୋଇଥିବାବେଳେ ସବୁଠାରେ କଡାକଡି ଚେକିଂ ଓ ଯାଞ୍ଚ କରାଯାଉଛି। ତେବେ ଲୋକଙ୍କ ସୁବିଧା ପାଇଁ ସପ୍ତାହାନ୍ତ ସଟ୍‍ଡାଉନ୍‍ ବେଳେ ସକାଳ ୫ଟାରୁ ୬ଟା ଯାଏଁ ଏକ ଘଣ୍ଟା ଲାଗି କୋହଳ କରାଯାଇଛି। ଟୁଇନ୍‍ ସିଟିରେ ପୁଲିସ୍‍ ପକ୍ଷରୁ ୬୮ଟି ସ୍ଥାନରେ ଯାଞ୍ଚ କଡାକଡି କରାଯାଉଛି। କଟକରେ ୧୨ ପ୍ଲାଟୁନ୍‍ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବାବେଳେ ୧୦୦ ଜଣ ସ୍ୱତନ୍ତ୍ର ଅଧିକାରୀ ଏହାକୁ ପରିଚାଳନା କରୁଛନ୍ତି। ସେହିପରି ଭୁବନେଶ୍ୱରରେ ୨୦ ପ୍ଲାଟୁନ୍‍ ଫୋର୍ସ୍‍ ସହ ୧୫୦ ଜଣ ଦକ୍ଷ ପୁଲିସ ଅଧିକାରୀ ଏହାର ନେତୃତ୍ୱ ନେଉଛନ୍ତି। ତେବେ ଏହି ସପ୍ତାହାନ୍ତ ସଟ୍‍ଡାଉନ୍‍ବେଳେ କୌଣସି ଜରୁରୀ କାର୍ଯ୍ୟ ନଥିଲେ ଘରୁ ବାହାରକୁ ନ ବାହାରିବା ପାଇଁ ପୁଲିସ୍‍ କମିଶନର ଜନସାଧାରଣଙ୍କୁ ଅନୁରୋଧ କରିଥିବାବେଳେ ଅମାନିଆ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Related Post | Odisha Shutdown: ସାରା ରାଜ୍ୟରେ ଏଥର ପ୍ରତି ଶନିବାର ଓ ରବିବାର ସଟଡାଉନ

ସେହିପରି ଆଜିଠୁ ସୁବର୍ଣ୍ଣପୁର ଜିଲ୍ଲାରେ ସପ୍ତାହାନ୍ତ ସଟ୍‍ଡାଉନ୍‍ ଆରମ୍ଭ ହୋଇଛି। ସପ୍ତାହର ଶନିବାର ଓ ରବିକାର ୨ ଦିନ ଧରି ଜିଲ୍ଲାର ସୁବର୍ଣ୍ଣପୁର ସହର ସମେତ ବିନିକା ଓ ତରଭା ସହରାଂଚଳରେ ଜିଲ୍ଲା ପ୍ରଶାସନ ସଟ୍‍ ଡାଉନ୍‍ ଘୋଷଣା କରିଛି। ଏହି ୨ ଦିନିଆ ସଟ୍‍ଡାଉନ୍‍ ରେ  ୩ଟି ସହରାଂଚଳର ସମସ୍ତ ଦୋକାନ ବଜାର, ହାଟ, ବ୍ୟବସାୟିକ ପ୍ରତିଷ୍ଠାନ ସମେତ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି। ଏପରିକି ରାସ୍ତାଘାଟରେ ଅତ୍ୟାବଶ୍ୟକ ପରିବହନ ବ୍ୟତୀତ ଅନ୍ୟ କୌଣସି ଯାନବାହାନ ଚଳାଚଳକୁ ବାରଣ କରାଯାଇଛି। ଜିଲ୍ଲା ସଦର ମହକୁମା ସୁବର୍ଣ୍ଣପୁର ସହରର ବିଭିନ୍ନ ଛକରେ ୩ ପ୍ଲାଟୁନ ପୋଲିସ୍‍ ଜଗିବା ସହ ତନଖିକୁ କଡାକଡି କରୁଥିବାବେଳେ ଅମାନିଆଙ୍କଠାରୁ ଜରିମାନା ଅର୍ଥ ଆଦାୟ କରୁଛନ୍ତି। ସଟ୍‍ଡାଉନ୍‍ ଯୋଗୁଁ ରାସ୍ତାଘାଟ ଓ ସହରର ମୁଖ୍ୟ ବଜାର ସବୁ ଶୂନ୍‍ଶାନ୍‍ ହୋଇପଡିଛି।

Furniture-2148x588d

ଆଜି ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ବାସୁଦେବପୁର, ଧାମନଗର ଏବଂ ଭଦ୍ରକ ସହରାଞ୍ଚଳରେ ଲାଗୁ ହେବାରୁ ଦୋକାନବଜାର ବ୍ୟବସାୟ ପ୍ରତିଷ୍ଠାନ ଯାନବାହାନ ଚଳାଚଳ ବନ୍ଦ ରହିଛି। ଜିଲ୍ଲାରେ ପ୍ରଧନାମନ୍ତ୍ରୀ ଜନଔଷଧକେନ୍ଦ୍ର ଖୋଲା ରହିବାରୁ ରୋଗୀଙ୍କ ଔଷଧ ବିକ୍ରି ହେଉଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର କର୍ମଚାରୀ ରହି ରୋଗୀ ସେବା ଚିକିତ୍ସା କରୁଛନ୍ତି। ବିଭିନ୍ନ ଛକରେ ପୁଲିସ ଜଗିରହି ଯାଞ୍ଚ କରୁଛି।

ସେହିପରି ବାଲେଶ୍ୱର ଜିଲ୍ଲାରେ ଆଜିଠାରୁ ଲାଗୁ କରାଯାଇଥିବା ୨ ଦିନିଆ ସପ୍ତାହାନ୍ତ ସଟ୍‍ଡାଉନ୍‍ର ପ୍ରଥମ ଦିନରେ ଦୋକାନ ବଜାର ବନ୍ଦ ରହିଛି। କିଛିଲୋକ ବାଇକ ଓ କାରରେ ଯାଆସ କରୁଥିବା ଦେଖିବାକୁ ମିଳିଛି। ଲୋକେ ସ୍ୱତଃପ୍ରବୃତ୍ତ ଭାବେ ବନ୍ଦକୁ ସମର୍ଥନ ଜଣାଇଛନ୍ତି। ତେଣୁ ପୋଲିସ୍‍ ଅଧିକାରୀମାନଙ୍କୁ ଅଯଥା ପରିଶ୍ରମ କରିବାକୁ ପଡିନାହିଁ। କେବଳ ପଶ୍ଚିମବଙ୍ଗର ସୀମାନ୍ତରେ ପୋଲିସ ସୀମାକୁ ଜଗି ରହିଛି।

Also Read | Banking Hours: କରୋନା ସଂକ୍ରମଣକୁ ନେଇ ବ୍ୟାଙ୍କ ସମୟରେ ପରିବର୍ତ୍ତନ

Share this: