Corona Odisha: ରାଜ୍ୟରେ କରୋନାର ତାଣ୍ଡବ ଜାରି, ଆଜି ୬ ହଜାର ୬୪୭ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶା (Odisha) ରେ କରୋନା (covid-19) ତାର ତାଣ୍ଡବ ଜାରି ରଖିଛି। ଲଗାତାର ତୃତୀୟ  ଦିନରେ ଦୈନିକ ସଂକ୍ରମଣ ୬ ହଜାର ପାର କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ଭାବେ ୬ ହଜାର ୬୪୭ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩ ହଜାର ୮୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨ ହଜାର ୭୯୨ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୧୮୯ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୪୧ଜଣ, ବାଲେଶ୍ଵରରୁ ୫୩ଜଣ, ବରଗଡ଼ରୁ ୨୯୦ଜଣ, ଭଦ୍ରକରୁ ୪୧ଜଣ, ବଲାଙ୍ଗୀରିରୁ ୨୩୪ଜଣ, ବୌଦ୍ଧରୁ ୩୯ଜଣ, କଟକରୁ ୩୩୬ଜଣ, ଦେଓଗଡ଼ରୁ ୩୪ଜଣ, ଢେଙ୍କାନାଳରୁ ୩୪ଜଣ, ଗଜପତିରୁ ୯୬ଜଣ, ଗଞ୍ଜାମରୁ ୧୬୧ଜଣ, ଜଗତସିଂପୁରରୁ ୬୫ଜଣ, ଯାଜପୁରରୁ ୧୩୩ଜଣ, ଝାରସୁଗୁଡାରୁ ୩୪୩ଜଣ, କଳାହାଣ୍ଡିରୁ ୩୬୧ଜଣ, କନ୍ଧମାଳରୁ ୨୬ଜଣ, କେଉଁଝରରୁ ୧୮୩ଜଣ, କୋରାପୁଟରୁ ୩୭ଜଣ, କେନ୍ଦ୍ରାପଡ଼ାରୁ ୪୭ଜଣ, ମୟୁରଭଞ୍ଜରୁ ୧୨୨ଜଣ, ମାଲକାନଗିରିରୁ ୧୭ଜଣ, ନବରଙ୍ଗପୁରରୁ ୨୨୪ଜଣ, ନୟାଗଡ଼ରୁ ୧୧୦ଜଣ,ନୂଆପଡ଼ାରୁ ୫୫୯ଜଣ, ପୁରୀରୁ ୩୯୫ଜଣ, ରାୟଗଡାରୁ ୧୧୬ଜଣ, ସମ୍ବଲପୁରରୁ ୧୭୫ଜଣ, ସୋନପୁରରୁ ୨ଜଣ, ସୁନ୍ଦରଗଡ଼ରୁ ୭୮୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୬୬ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୮ ଲକ୍ଷ ୩୪ ହଜାର ୪୮୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୪ଲକ୍ଷ ୧ହଜାର ୩୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୪୫୨ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୫୬ ହଜାର ୩ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୩ହଜାର ୩୦୩ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Medical Oxygen: ଅମ୍ଳଜାନ ଯୋଗାଣ ଓ ଉପଲବ୍ଧତା ସଂକ୍ରାନ୍ତ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

Share this: