Angul Corona Updates: ପୁଣି ଅନୁଗୁଳ ଜିଲ୍ଲାରୁ ୧୪୨ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଶୁକ୍ରବାର ଦିନ ଅନୁଗୁଳ (Angul) ଜିଲ୍ଲାରେ ୧୪୨ ଜଣ ନୂଆ କରୋନା ପଜିଟିଭ (Corona Positive) ଚିହ୍ନଟ ହୋଇଥିବାର ଜଣାପଡିଛି। ଏଥିସହିତ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩ ହଜାର ୭୩୦ ରେ ପହଞ୍ଚିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୩ ରେ ପହଂଚିଛି।

ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ କିଶୋରନଗର ବ୍ଳକ୍ ଅଂଚଳରୁ ୨୪ଜଣ, ତାଳଚେର ପୌରାଞ୍ଚଳରୁ ୨୧ଜଣ, ଛେଣ୍ଡିପଦା ବ୍ଳକ୍‌ ଅଂଚଳରୁ ୨୧ଜଣ, ତାଳଚେର ବ୍ଲକ୍ ଅଂଚଳରୁ ୨୧ଜଣ, ଅନୁଗୋଳ ପୌରାଞ୍ଚଳରୁ ୧୭ଜଣ, ବଅଁରପାଳ ବ୍ଳକ ଅଂଚଳରୁ ୧୬ଜଣ, କଣିହାଁ ବ୍ଳକ୍ ଅଂଚଳରୁ ୧୪ଜଣ, ଅନୁଗୋଳ ବ୍ଲକ୍ ଅଂଚଳରୁ ୭ଜଣ  ଓ ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ଜଣେ ଅଛନ୍ତି।

mobile

ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ସ୍ମାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାରେ କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ Isolation ରେ କରାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଇଁ ପ୍ରକାଶ କରିଛନ୍ତି।

ସେହିପରି ଗତକାଲି ଅନୁଗୁଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୬୫ ଜଣ ହୋମ Isolationରେ ଥିବା ଜଣାପଡିଛି।  

Also Read |ତାଳଚେର ସ୍ଥିତ MCL ହସ୍ପିଟାଲକୁ କୋଭିଡ୍‍ ହସ୍ପିଟାଲ କରିବା ପାଇଁ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this: