ପରିବାରଲୋକ କରିଥିଲେ ଶୁଦ୍ଧଘର,୧୫ ଦିନ ପରେ ମହିଳା ଫେରିଲେ ଜୀବନ୍ତ

Share this:

ବିଜୟୱାଡା: ଆପଣ କେବେ ଦେଖିଛନ୍ତି କି ଜଣେ ମୃତ ବ୍ୟକ୍ତି ପୁଣି ଜୀବିତ ଅବସ୍ଥାରେ ଫେରିଆସିବ? ଯଦି କୌଣସି ବ୍ୟକ୍ତି ଏହା ଦେଖନ୍ତି, ତେବେ ନିଶ୍ଚିତ ଭାବରେ ତାଙ୍କର ହୋସ ଉଡ଼ିଯିବ।  ଏମିତି ଏକ ହୋସ ଉଡିବା ପରି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାରେ। ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଡାକ୍ତରଖାନା ଦ୍ଵାରା ୭୫ ବର୍ଷ ବୟସ୍କା ବୃଦ୍ଧ ମହିଳା ମୃତୀଆଲା ଗିରିଜାମା (Mrutiala Girijamma) ଙ୍କୁ ମୃତ ଘୋଷଣା କରାଯାଇଥିଲା, ପରିବାର ସଦସ୍ୟମାନେ ମଧ୍ୟ ତାଙ୍କର ଶେଷ ରୀତିନୀତି କରିଥିଲେ, କିନ୍ତୁ ଏହା ପରେ ଗିରିଜାମା ଜୀବନ୍ତ ଘରକୁ ଫେରିଥିଲେ ଯାହା ଫଳରେ ପରିବାର ସଦସ୍ୟ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଘଟଣାରୁ ପ୍ରକାଶ ଯେ ଗିରିଜାମା କୋଭିଡ-୧୯(Covid-19) ର ରୋଗୀ ଥିଲେ ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଡାକ୍ତରଖାନା କତ୍ତୃପକ୍ଷ ଗିରିଜାମାଙ୍କ ପରିବାରକୁ ସୂଚନା ଦେଇଥିଲେ ଯେ ସେ ମରିଯାଇଛନ୍ତି। ଏହା ପରେ ଗିରିଜାମଙ୍କ ମୃତ ଦେହ ଭାବରେ ପରିବାରକୁ  ଏକ ମୃତଦେହ ଆଣି ଦେଇଥିଲେ ଏ ପରିବାର ଏହାକୁ ଶେଷ ରୀତିନୀତି କରିଥିଲେ। ୧୫ଦିନ ପରେ ଯେତେବେଳେ ଗିରିଜାମା ଘରେ ପହଞ୍ଚିଲେ  ପରେ ସମସ୍ତଙ୍କର ହୋସ ଉଡ଼ି ଯାଇଥିଲେ।

ସୂଚନାଯୋଗ୍ୟ କରୋନା ପରୀକ୍ଷା ସକରାତ୍ମକ ହେବା ପରେ ଗିରିଜାମାଙ୍କୁ ବିଜୟୱାଡାସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରଦିନ ତାଙ୍କ ସ୍ୱାମୀ ତାଙ୍କୁ ଡାକ୍ତରଖାନାରେ ଭେଟିଥିଲେ। ମେ ୧୫ରେ ମେଡ଼ିକାଲ ଅଧିକାରୀମାନେ କହିଥିଲେ ଯେ ଗିରିଜାମା ଏହି ରୋଗରେ ମୃତ୍ୟୁ ବରଣ କରିଛନ୍ତି।

ଗିରିଜାମାଙ୍କ ଜ୍ୱାଇଁଙ୍କ କହିବାନୁସାରେ, ଡାକ୍ତରଖାନା କର୍ତ୍ତୃପକ୍ଷ ପରିବାରକୁ ତାଙ୍କ ମୃତଦେହକୁ ଖୋଜିବାକୁ କହିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦ୍ଵାରା  ଏକ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ଦିଆଯାଇଥିଲା। ପରିବାର ଲୋକ ଶବକୁ ଜଗାୟାପେଟକୁ ନେଇ ଯାଇଥିଲେ ଏବଂ ସେହି ଦିନ ଶେଷ ରୀତିନୀତି କରିଥିଲେ। ମେ ୨୩ ରେ ଗିରିଜାମଙ୍କ ପୁଅ ରମେଶଙ୍କର ମଧ୍ୟ ମୃତ୍ୟୁ ଘଟିଛି କରୋନାରେ। ଦୁହିଁଙ୍କ ପାଇଁ ଏକ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ଗିରିଜାମାଙ୍କ ଚିକିତ୍ସା ସମାପ୍ତ ହେବା ମାତ୍ରେ ସେ ସୁସ୍ଥ ହୋଇ ନିଜ ଘରକୁ ଫେରି ଆସିଥିଲେ। ପରିବାର ଲୋକ ତାଙ୍କୁ ମୃତ ବୋଲି ଭାବି ଥିବାରୁ କେହି ଡାକ୍ତରଖାନାକୁ ଫେରିନଥିଲେ, କିନ୍ତୁ ଗିରିଜମା ଫେରିବା ମାତ୍ରେ ତାଙ୍କ ପରିବାର ସଦସ୍ୟ ଏବଂ ପଡ଼ୋଶୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Also Read | PM Modi ଙ୍କ ଉପରେ ଆସ୍ଥା ଓ ଭରସା ପ୍ରକଟ କରିଥିବାରୁ CM ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ:ଧର୍ମେନ୍ଦ୍ର ପ୍ରଧାନ

Share this:

Leave a Reply

Your email address will not be published. Required fields are marked *