Covid-19:ରାଜ୍ୟରୁ ଆଜି ରେକର୍ଡ ସଂଖ୍ୟକ ୪୨ଜଣଙ୍କ କରୋନାରେ ମୃତ୍ୟୁ

Share this:

ଭୁବନେଶ୍ୱର: ରାଜ୍ୟରେ କରୋନା (Corona Virus) ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ଗତକାଲି ୪୦ଜଣଙ୍କ ମୃତ୍ୟୁ ଘଟି ଥିଲା। ପୁଣି ଆଜି ଆଉ ୪୨ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଯାହାକି ରାଜ୍ୟରେ ସର୍ବାଧିକ। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୮୭୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି କରୋନା ମୃତକଙ୍କ ମଧ୍ୟରେ ଅନୁଗୁଳରୁ ୨ଜଣ, ବାଲେଶ୍ଵରରୁ ୨ଜଣ, ବରଗଡ଼ରୁ ଜଣେ, ଭଦ୍ରକରୁ ଜଣେ, ବଲାଙ୍ଗୀରିରୁ ୨ଜଣ, ବୌଦ୍ଧରୁ ୩ଜଣ, ଭୁବନେଶ୍ଵରରୁ ୨ଜଣ,  ଖୋର୍ଦ୍ଧାରୁ ଜଣେ, କଟକରୁ ୪ଜଣ, ଦେଓଗଡରୁ ୨ଜଣ, ଗଜପତିରୁ ୨ଜଣ,ଗଞ୍ଜାମରୁ ଜଣେ, କେନ୍ଦ୍ରାପଡ଼ାରୁ ୨ଜଣ,  ଝାରସୁଗୁଡାରୁ ୩ଜଣ, କଳାହାଣ୍ଡି ଜିଲ୍ଲାରୁ ୪ଜଣ, ନବରଙ୍ଗପୁରରୁ ୨ଜଣ, ପୁରୀରୁ ଜଣେ, ରାୟଗଡାରୁ ୨ଜଣ ଏବଂ ସୁନ୍ଦରଗଡ଼ରୁ ୫ଜଣ ଅଛନ୍ତି।

ସେହିପରି ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୯ ଲକ୍ଷ ୭୨ ହଜାର ୨୨୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭ ଲକ୍ଷ ୯୦ ହଜାର ୯୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ ହଜାର ୫୯୪ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୨ ହଜାର ୬୨୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୫ ହଜାର ୪୨୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।  

Also Read | Vaccine କ୍ରୟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଲେ ଚିଠି

Share this: