Corona Virus:ଢେଙ୍କାନାଳ ଜିଲ୍ଲାରୁ ଆଜି ୫୧୦ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ (Dhenkanal) ଜିଲ୍ଲାରେ ୫୧୦ଜଣ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରାଣ୍ଟାଇନ୍‌ (Home Quarantine)ରୁ ୪୯୦ଜଣ ଏବଂ ହସ୍ପିଟାଲରୁ ୨୦ଜଣ ଚିହ୍ନଟ ହୋଇଛନ୍ତି। ଆଜିର ରିପୋର୍ଟ୍ ରେ ଗତ ମେ ୩୧ ଏବଂ ଜୁନ ୧ର RT-PCR ରିପୋର୍ଟ୍ ଏକାଠି ଆଜି ପ୍ରକାଶିତ ହୋଇଛି।  

ଆଜି ଚିହ୍ନଟଙ୍କ ମଧ୍ୟରେ କଙ୍କଡ଼ାହାଡ ବ୍ଲକରୁ ଚିହ୍ନଟ ୯୬ଜଣଙ୍କ ମଧ୍ୟରୁ କେବଳ ଜାଙ୍ଗୁରୁ ୭୮ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ସଦର ବ୍ଲକରୁ ୭୯ଜଣଙ୍କ ମଧ୍ୟରୁ ତିଳପଦାରୁ ୧୫ଜଣ ଚିହ୍ନଟ ହୋଇଛନ୍ତି।  ଢେଙ୍କାନାଳ ପୌରାଞ୍ଚଳରୁ ୭୩ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ହିନ୍ଦୋଳ ବ୍ଲକରୁ ଚିହ୍ନଟ ୭୩ଜଣଙ୍କ ମଧ୍ୟରୁ ବାରସିଙ୍ଗାରୁ ୪୬ଜଣ,  ରଞ୍ଜାଗୋଳରୁ ୫ଜଣ, ନୂଆହିନ୍ଦୋଳରୁ ୩ଜଣ, ଗୁଆଗରିଆ, ଗୁଳେହି ଏବଂ  କୁକୁଟାରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ବମ୍ପା, ଓସ୍ତପାଳ, କୁରୁମିଠା, ସାନ ହିନ୍ଦୋଳ, ଗଣ୍ଡାନାଳି, ଧୋବଣୀନନ୍ଦର, ବ୍ରାହ୍ମଣୀଆପାଳ, ବେଡ଼ାପଡା,ହାତୁରା, କାରନ୍ଦା, ମାଧପୁର, ଜୈପଙ୍ଗା ଏବଂ ବାବନ୍ଧରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ହିନ୍ଦୋଳ ଏନଏସି ଅମଲାପଡାରୁ ଜଣେ ଚିହ୍ନଟ ହୋଇଛନ୍ତି।  

ପର୍ଜଙ୍ଗ ବ୍ଲକରୁ ଚିହ୍ନଟ ୭୨ଜଣଙ୍କ ମଧ୍ୟରୁ ଶରକିଶୋରିପାଳରୁ ୫୩ ଜଣ ଅଛନ୍ତି। ସେହିପରି ଓଡ଼ାପଡା ବ୍ଲକରୁ ୩୮ଜଣଙ୍କ ମଧ୍ୟରେ ମାହାଦିଆରୁ ୧୩ଜଣ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର ବ୍ଲକରୁ ୨୪ଜଣ, ଗଁଦିଆ ବ୍ଲକରୁ ୨୨ଜଣ ଏବଂ ଭୁବନ ବ୍ଲକରୁ ୩ଜଣ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୬୧୫ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୨ ଲକ୍ଷ ୯୫ ହଜାର ୫୬୮ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୪ ହଜାର ୩୪୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ମୋଟ ୯ ହଜାର ୯୭୪   ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୪ ହଜାର ୩୩୫ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ମୋଟ ୩୭ ଜଣଙ୍କ ଜୀବନ କରୋନାରେ ଯାଇଛି।

Also Read | Model Tenancy Act:ଆଉ ରହିବନି ଘରଭଡା ଟେନସନ, ସାରା ଦେଶରେ ନୂତନ ଘରଭଡା ଆଇନକୁ ମଞ୍ଜୁରୀ

Share this: