୭ ବର୍ଷ ପରିବର୍ତ୍ତେ TET ର Valid ବର୍ତ୍ତମାନ ସାରା ଜୀବନ:ଶିକ୍ଷା ମନ୍ତ୍ରଣାଳୟ

Share this:

ନୂଆଦିଲ୍ଲୀ: ଶିକ୍ଷକ (Teacher) ହେବାକୁ ଚାହୁଁଥିବା ଯୁବକଯୁବତୀମାନଙ୍କ ପାଇଁ ଏକ ବଡ଼ ଖବର। କେନ୍ଦ୍ର ସରକାର ଶିକ୍ଷକ ଯୋଗ୍ୟତା ପରୀକ୍ଷା (Teacher Eligibility Test-TET) ପ୍ରମାଣପତ୍ରର ବୈଧତା (Validity) ଅବଧି ୭ ବର୍ଷ ବଦଳରେ ଜୀବନସାରା ବଢେଇ ଦେଇଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଆଜି ଏହି ନିର୍ଦ୍ଦେଶ ଜାରି କରିଛି। ବର୍ତ୍ତମାନ ଥରେ ଆପଣ TET ପାସ କଲେ ଏହା ଜୀବନସାରା ପାଇଁ ବୈଧ ହେବ। ଶିକ୍ଷା ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ଉପକୃତ କରିବ ଯେଉଁମାନେ ଶିକ୍ଷକ ଚାକିରିର ସ୍ୱପ୍ନ ଦେଖନ୍ତି।

କେନ୍ଦ୍ର ସରକାର ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତାକୁ ୭ ବର୍ଷରୁ ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶ (Dr. Ramesh Pokhriyal Nishank) ଙ୍କ ଘୋଷଣା କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପିଛିଲା ଭାବେ ୨୦୧୧ ଠାରୁ ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି । ଯେଉଁ ପ୍ରାର୍ଥୀମାନଙ୍କର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସାର୍ଟିଫିକେଟର ବୈଧତା ସାତ ବର୍ଷର ଅବଧି ପରେ ଶେଷ ହୋଇଯାଇଛି ଏହାକୁ ପୁନଃ ଆଜୀବନ ବୈଧ କରିବା ନିମନ୍ତେ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି। ଶ୍ରୀ ପୋଖରିୟାଲ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ କ୍ୟାରିଅର ଗଢ଼ିବା ଲାଗି ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି ଦିଗରେ ଏହା ଏକ ସକାରାତ୍ମକ ପଦକ୍ଷେପ ହେବ।

ଶିକ୍ଷା ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ପ୍ରାର୍ଥୀ କିମ୍ବା ଛାତ୍ରମାନଙ୍କ ସମ୍ବନ୍ଧରେ ଯାହାର ସାର୍ଟିଫିକେଟ୍ ସାତ ବର୍ଷ ପୂରଣ ହୋଇଛି, ସଂପୃକ୍ତ ରାଜ୍ୟ ସରକାର କିମ୍ବା କେନ୍ଦ୍ରାଞ୍ଚଳ ପ୍ରଶାସନ TET ର ବୈଧତା  ଅବଧି ପୁନଃ ସ୍ଥିର କରିବାକୁ କିମ୍ବା ଏକ ନୂତନ TET ସାର୍ଟିଫିକେଟ୍ ପ୍ରଦାନ କରିବାକୁ ବାଧ୍ୟ। ଏହି ବ୍ୟବସ୍ଥା ୨୦୧୧ ଠାରୁ କାର୍ଯ୍ୟକାରୀ ହେବ।

ସୂଚନାଯୋଗ୍ୟ ଯେ ବିଦ୍ୟାଳୟରେ ଶିକ୍ଷକ ଭାବରେ ନିଯୁକ୍ତି ପାଇଁ ଜଣେ ବ୍ୟକ୍ତିଙ୍କ ଯୋଗ୍ୟତା ସଂପର୍କରେ ଶିକ୍ଷକ ଯୋଗ୍ୟତା ପରୀକ୍ଷାର ଯୋଗ୍ୟତା ପ୍ରମାଣପତ୍ର ଏକ ଜରୁରୀ ଯୋଗ୍ୟତା। ବର୍ତ୍ତମାନ ଜଣେ ଶିକ୍ଷକ ହେବାକୁ ଯୁବକଯୁବତୀମାନଙ୍କୁ ପ୍ରତି ସାତ ବର୍ଷରେ ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) ପାସ୍ କରିବା ଆବଶ୍ୟକ ନାହିଁ। ଏହି ବ୍ୟବସ୍ଥା ସମଗ୍ର ଦେଶରେ ପ୍ରଯୁଜ୍ୟ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ TET ପାସ୍ ର ସାର୍ଟିଫିକେଟ୍ କେବଳ ସାତ ବର୍ଷ ପାଇଁ ବୈଧଥିଲା।

ଆଗରୁ ଥିଲା ଯେ TET ପାସ କରିବା ପରେ, ଯଦି ଜଣେ ବ୍ୟକ୍ତି ସାତ ବର୍ଷ ମଧ୍ୟରେ ଶିକ୍ଷକ ନିଯୁକ୍ତ ନ ହୁଅନ୍ତି, ତେବେ ତାଙ୍କୁ ପୁନର୍ବାର TET ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡୁଥିଲା। ବର୍ତ୍ତମାନ ତାହା ନୁହେଁ, ଥରେ ଆପଣ TET ପାସ୍ କଲେ ଏହାର ସାର୍ଟିଫିକେଟ୍ ଜୀବନସାରା ପାଇଁ ବୈଧ ହେବ।

ସୂଚନାଯୋଗ୍ୟ CBSE ପ୍ରତିବର୍ଷ ଦୁଇଥର CTET ପରୀକ୍ଷା କରେ। ପ୍ରଥମ ପରୀକ୍ଷା ଜୁଲାଇ ମାସରେ ଏବଂ ଦ୍ୱିତୀୟଟି ଡିସେମ୍ବର ମାସରେ କରାଯାଇଥାଏ।  CTET ର ପେପର-୧ରେ ସଫଳ ପ୍ରାର୍ଥୀମାନେ ଶ୍ରେଣୀ ୧ ରୁ ୫ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି।  ଯେତେବେଳେ ପେପର-୨ରେ ସଫଳ ପ୍ରାର୍ଥୀମାନେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ଶିକ୍ଷକ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ଓଡ଼ିଶା ସରକାର OTET ପରୀକ୍ଷା ପରିଚାଳନା କରୁଛନ୍ତି।

Also Read | Model Tenancy Act:ଆଉ ରହିବନି ଘରଭଡା ଟେନସନ, ସାରା ଦେଶରେ ନୂତନ ଘରଭଡା ଆଇନକୁ ମଞ୍ଜୁରୀ

Share this:

Leave a Reply

Your email address will not be published. Required fields are marked *