OAVS ଉପଦେଷ୍ଟା ଶିକ୍ଷାବିତ ଡ଼ା.ବିଜୟ କୁମାର ସାହୁଙ୍କ ପରଲୋକ

Share this:

ଭୁବନେଶ୍ଵର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ (Sai Intenational School) ର ଚେୟାରମ୍ୟାନ୍ ତଥା ରାଜ୍ୟ ସରକାରଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା (Odisha Adarsha Vidyalaya Sangathan-OAVS) ଡ଼ା.ବିଜୟ କୁମାର ସାହୁ (Dr.Bijaya Kumar Sahoo) ଙ୍କର ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ସେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ତାଙ୍କୁ ଉନ୍ନତଚିକିତ୍ସା ପାଇଁ ହାଇଦ୍ରାବାଦକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଦେହାନ୍ତ ହୋଇଛି।

ସେ ରାଜ୍ୟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସାଇ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ଭାବେ ଜଣାଶୁଣା ଥିଲେ। ଶିକ୍ଷା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଏବଂ ଦୂରଦୃଷ୍ଟିକୁ ଲକ୍ଷ କରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ତାଙ୍କୁ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ନିଯୁକ୍ତ କରିଥିଲେ। ରାଜ୍ୟ ସରକାର ଏଥିପାଇଁ ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଥିଲେ। ଏହି ଗୁରୁଦାୟିତ୍ୱ ନେଇଡ. ସାହୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଭାବେ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧୀନରେ ସମସ୍ତ ୩୧୪ଟି ବ୍ଲକ୍‌ରେ ସିବିଏସଇ ଅନୁମୋଦିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟ କରୁଥିଲେ। 

ଡ଼ା ବିଜୟ କୁମାର ସାହୁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବିଜୟଙ୍କର ଯଥେଷ୍ଟ ଅବଦାନ ରହିଥିଲା।

Also Read | ପରିବାରଲୋକ କରିଥିଲେ ଶୁଦ୍ଧଘର,୧୫ ଦିନ ପରେ ମହିଳା ଫେରିଲେ ଜୀବନ୍ତ

Share this: