Odisha Weather Report: ଆସନ୍ତା ୫ରେ ଲଘୁଚାପ, ବାତ୍ୟାକୁ ନେଇ ମିଳିନି ସ୍ପଷ୍ଟ ଚିତ୍ର

Share this:

ଭୁବନେଶ୍ଵର: Odisha Weather Report ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସାରା ରାଜ୍ୟ ତାତିରେ ଜଳୁଛି। ଇତିମଧ୍ୟରେ ଆଜି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ସୂଚନାଅନୁସାରେ କିଛି ସ୍ଥାନରେ ଆଜି କାଳବୈଶାଖୀର ସମ୍ଭାବନା ରହିଛି।

ଗରମରୁ ମିଳିପାରେ ମୁକ୍ତି। ଆସନ୍ତା ମେ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତା’ର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ମେ ୫ ତାରିଖରେ ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ତେବେ ଏହା ବାତ୍ୟା ରୂ ନେବ କି ନାହିଁ ଏବଂ ଏହାର ପ୍ରଭାବ ଓଡ଼ିଶା ଉପରେ କେତେକ ରହିବ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ଆକଳନ କରାଯାଇ ନାହିଁ। ହେଲେ ଘୂର୍ଣ୍ଣିବଳୟ କାରଣରୁ ତାପମାତ୍ରାରେ ପରିବର୍ତ୍ତନ ଆସି ।ରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Share this:

Leave a Reply

Your email address will not be published. Required fields are marked *