Odisha:ଆଜି ଓଡ଼ିଶାରୁ ୨୪୮୭ଜଣ Covid ପଜିଟିଭ ଚିହ୍ନଟ, କଟକରୁ ସର୍ବାଧିକ

Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ଓଡ଼ିଶା (Odisha) ରୁ ୨ହଜାର ୪୮୭ଜଣ କରୋନା ସଂକ୍ରମିତ (Coronavirus)  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୪୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୦୫୯ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୪୨୨ଜଣ କରୋନା ସଂକ୍ରମିତ କଟକରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୭୯ଜଣ, ବାଲେଶ୍ଵରରୁ ୧୫୭ଜଣ, ବରଗଡ଼ରୁ ୨୨ଜଣ, ଭଦ୍ରକରୁ ୧୧୩ଜଣ, ବଲାଙ୍ଗୀରିରୁ ୧୬ଜଣ, ବୌଦ୍ଧରୁ ୧୨ଜଣ, ଦେଓଗଡ଼ରୁ ୯ଜଣ, ଢେଙ୍କାନାଳରୁ ୫୯ଜଣ, ଗଜପତିରୁ ୧୧ଜଣ, ଗଞ୍ଜାମରୁ ୧୪ଜଣ, ଜଗତସିଂପୁରରୁ ୧୨୬ଜଣ, ଯାଜପୁରରୁ ୨୦୨ଜଣ, ଝାରସୁଗୁଡାରୁ ୧୨ଜଣ, କଳାହାଣ୍ଡିରୁ ୭ଜଣ, କନ୍ଧମାଳରୁ ୨୩ଜଣ, କେନ୍ଦ୍ରାପଡ଼ାରୁ ୮୭ଜଣ, କେଉଁଝରରୁ ୬୮ଜଣ, ଖୋର୍ଦ୍ଧାରୁ ୪୦୭ଜଣ, କୋରାପୁଟରୁ ୫୨ଜଣ, ମାଲକାନଗିରିରୁ ୫୪ଜଣ, ମୟୁରଭଞ୍ଜରୁ ୧୦୩ଜଣ, ନବରଙ୍ଗପୁରରୁ ୨୩ଜଣ, ନୟାଗଡ଼ରୁ ୮୦ଜଣ, ନୂଆପଡ଼ାରୁ ୫ଜଣ, ପୁରୀରୁ ୧୫୪ଜଣ, ରାୟଗଡାରୁ ୨୬ଜଣ, ସମ୍ବଲପୁରରୁ ୨୬ଜଣ, ସୋନପୁରରୁ ୧୪ଜଣ, ସୁନ୍ଦରଗଡରୁ ୨୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୬ଜଣ ସଂକ୍ରମିତ ହୋଇଛନ୍ତି।

amazon

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୪୧ ଲକ୍ଷ ୮୮ହଜାର ୬୯୫ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୨୭ ହଜାର ୧୮୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୩୨୬ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୯୪ ହଜାର ୧୦୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮ ହଜାର ୭୩୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Coronavirus: ଆସିଲା ବ୍ୟାଟେରୀ ଚାଳିତ Face Mask, ଦାମ ବେଶୀ ନୁହେଁ

[amazon_auto_links id=”9932″]

Share this: