Covid Dhenkanal:ଢେଙ୍କାନାଳ ଜିଲ୍ଲାରୁ ଆଜି ୬୭ନୂଆ ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଜି ନୂଆ ୬୭ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୫୮ ଏବଂ ହସ୍ପିଟାଲରୁ ୯ଜଣ ଚିହ୍ନଟ ଅଛନ୍ତି। ସେହିପରି ଜିଲ୍ଲାରୁ ଆଜି ଜଣେ  କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଆଜି ସଦର ବ୍ଲକ (Sadar Block) ରୁ ୧୯ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କୋଇଲିପାଙ୍ଗି ଏବଂ ବିମବୋଲରୁ ୪ଜଣ ଲେଖାଏଁ ଥିବାବେଳେ ତରଭା ଏବଂ ତଳବରକୋଟରୁ ୨ଜଣ ଲେଖାଏଁ ଅଛନ୍ତି। ବଣସିଂ, ବାଉତିବେରେଣା, ବଙ୍କୁଆଲ, ମଜୁରି, ଭାଗୀରଥିପୁର, ଲମ୍ବୋଦରପୁର ଏବଂ ଘଟିବିରିରୁ ଜଣେ ଲେଖାଏଁ ଅଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକରୁ ୮ଜଣଙ୍କ ମଧ୍ୟରୁ ନେହେନଗେରା ଏବଂ ଗଁଦିଆରୁ ୨ଜଣ ଥିବାବେଳେ ବଇସିଆ, ବରପଦା, ବାରଦା ଏବଂ ମଠତେନ୍ତୁଳିଆରୁ ଜଣେ ଲେଖାଏଁ ଅଛନ୍ତି।

ହିନ୍ଦୋଳ ବ୍ଲକ (Hindol Block) ରୁ ୬ଜଣ ଚିହ୍ନଟଙ୍କ ମଧ୍ୟରୁ ଠୋକର, କୁକୁଟା, ରାସୋଳ, ମହାଲୁଣ୍ଡା, ଟୁଟୁପଡା ଏବଂ  ବାହାଲୁଣ୍ଡାରୁ ଜଣେ ଅଛନ୍ତି। ହିନ୍ଦୋଳ NAC ରୁ ଜଣେ ଅଛନ୍ତି। ପର୍ଜଙ୍ଗ ବ୍ଲକରୁ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବାଲିସାଇ, ବଶୋଇ, କୁଲେଇ, ପଥରପଦା ଏବଂ ଜୟପୁରାକାଟେଣିରୁ ଜଣେ ଲେଖାଏଁ ଅଛନ୍ତି।

ଓଡାପଡା ବ୍ଲକ (Oapada Block) ରୁ ୪ଜଣଙ୍କ ମଧ୍ୟରୁ ବେଶାଳିଆରୁ ୨ଜଣ ଥିବାବେଳେ ତେନ୍ତୁଳୀପଦା ଏବଂ ପାନମୁରୁଗାରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର ବ୍ଲକ (Kamakhyanagar) ରୁ ୪ଜଣ ଚିହ୍ନଟଙ୍କ ମଧ୍ୟରୁ ଜୟପୁରାକାଟେଣି, ଶୋଗାର, ଆଲୁଅଝରଣା ଏବଂ ସମାଟାଙ୍ଗିରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର NAC ରୁ ଜଣେ ଅଛନ୍ତି।

ଭୁବନବ୍ଲକ (Bhuban Blk) ରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଲୋକାପାଲି ଏବଂ ବାଲିସାହିରୁ ଜଣେ ଲେଖାଏଁ ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୨ଜଣ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୨୩୧ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୪୫ ହଜାର ୯୫ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୭ ହଜାର ୭୩୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୧୦୫ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୬ ହଜାର ୯୧୦ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୪୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ଜଣେ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୭୫ ରେ ପହଞ୍ଚିଛି।

[amazon_auto_links id=”9932″]

Also Read | Odisha: ଆଜି ଓଡ଼ିଶାରୁ୨୮୦୩ଜଣ Covid ପଜିଟିଭ ଚିହ୍ନଟ

Share this: