Covid Cases Odisha: ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ, ଆଜି ୫୩ ଚିହ୍ନଟ

coronavirus-cuttack
Share this:

ଭୁବନେଶ୍ଵର: Covid Cases odisha Latest Updates ଓଡ଼ିଶାରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣ (Coronavirus)। ଗତକାଲି ଓଡ଼ିଶାରୁ ୪୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ମଙ୍ଗଳବାର ୫୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରୁ ଆଜି  ୧୮ ବର୍ଷ ମଧ୍ୟରେ ୫ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୦ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

ଆଜି ମଧ୍ୟ ସର୍ବାଧିକ ଖୋର୍ଦ୍ଧାରୁ ୩୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ଵରରୁ ଜଣେ, କଟକରୁ ୪ଜଣ, ଜଗତସିଂପୁରରୁ ୨ଜଣ, ଝାରସୁଗୁଡାରୁ ଜଣେ, ପୁରୀରୁ ୩ଜଣ, ସମ୍ବଲପୁରରୁ ୨ଜଣ, ସୁନ୍ଦରଗଡରୁ ଜଣେ ଏବଂ ଷ୍ଟେଟ୍ ପୁଲରୁ ୭ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୧୯ ଲକ୍ଷ ୭୦ହଜାର ୧୬୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୮ ହଜାର ୯୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୮ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୯ ହଜାର ୪୭୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Read Also | Odisha Weather Monsoon Report: ଆସନ୍ତା ୩ଦିନ ଓଡ଼ିଶାରେ ପ୍ରବଳ ବର୍ଷା

Share this:

Leave a Reply

Your email address will not be published. Required fields are marked *