Petrol New Price Today: ଆଜିଠାରୁ ଶସ୍ତା ହେଲା ପେଟ୍ରୋଲ, ଡିଜେଲ; ଗ୍ୟାସ୍ ରେ ୨୦୦ ଟଙ୍କା ଶସ୍ତା

Share this:

ଭୁବନେଶ୍ୱର (ବ୍ୟୁରୋ): Petrol, diesel, LPG Gas New Price Today News ଦିନକୁ ଦିନ ବଢୁଥିବା ଦରଦାମକୁ ଦେଖି କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି। ଫଳରେ ରବିବାର ସକାଳ ୬ଟାରୁ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା ଏବଂ ଡିଜେଲରେ 7 ଟଙ୍କା ଶସ୍ତା ହୋଇଛି। ସଂପ୍ରତି କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣ କରିବାକୁ ଯାଇ ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି। ଏଣିକି ପେଟ୍ରୋଲ ଲିଟର ପିଛା ୯ଟଙ୍କା ୫୦ପଇସା ଓ ଡିଜେଲ ଲିଟର ପିଛା ୭ଟଙ୍କା କମିବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଏହା ପୂର୍ବରୁ କେନ୍ଦ୍ର ସରକାର ସବୁ ରାଜ୍ୟଗୁଡ଼ିକୁ ଟିକସ ହ୍ରାସ କରିବାକୁ ଆହ୍ୱାନ ଦେଇଥିଲେ।

ସୂଚନା ଅନୁସାରେ ଟିକସ ହ୍ରାସ ଯୋଗୁ କେନ୍ଦ୍ର ସରକାରଙ୍କୁ ବାର୍ଷିକ ୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ ଓ ସାଧାରଣ ଲୋକଙ୍କୁ ସହାୟତା ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସୀତାରମଣ କହିଛନ୍ତି। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବା ନିଷ୍ପତ୍ତି ନେଇଥିବାରୁ ତୈଳ ଦର ହ୍ରାସ ପାଇବ। ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କ ଲିଟର ପିଛା ୮ ଟଙ୍କା ଓ ଡିଜେଲ ଉପରୁ ୬ ଟଙ୍କା କମାଇବାକୁ ନିଷ୍ପତ୍ତି ହୋଇଛି।

ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଗ୍ୟାସ୍ ସିଲିଣ୍ଡର ପିଛା ୨୦୦ ଟଙ୍କା ସବ୍‌ସିଡି ମିଳିବ। ବାର୍ଷିକ ୧୨ଟି ସିଲିଣ୍ଡର ଉପରେ ଏପରି ସବ୍‌ସିଡି ମିଳିବ। ଅର୍ଥମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ଗ୍ୟାସ୍‌ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବ୍‌ସିଡି ଦିଆଯିବ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସାମିଲ ଥିବା ଦେଶର ୯ କୋଟି ହିତାଧିକାରୀ ୧୨ଟି ସିଲିଣ୍ଡର ଉପରେ ଏହି ସବ୍‌ସିଡି ପାଇବେ। ଏହା ମା’ ଓ ଭଉଣୀଙ୍କୁ ଆଶ୍ୱସ୍ତି ଦେବ। ସବ୍‌ସିଡି ଯୋଗୁ କେନ୍ଦ୍ର ସରକାର ବାର୍ଷିକ ପ୍ରାୟ ୬ ହଜାର ୧୦୦ କୋଟି ଟଙ୍କାର ରାଜସ୍ଵ ହରାଇବେ। କିନ୍ତୁ ସାଧାରଣ ବର୍ଗରେ ଥିବା ଲୋକଙ୍କୁ ଏଲ୍‌ପିଜି ଗ୍ୟାସ୍‌ ଉପରେ କୌଣସି ପ୍ରକାର ଆଶ୍ୱସ୍ତି ମିଳିବ ନାହିଁ। ସେମାନେ ପୂର୍ବଭଳି ୧୦୦୦ ଟଙ୍କାରୁ ଅଧିକ ଦାମରେ ସିଲିଣ୍ଡର କିଣିବେ।

ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ବିଭିନ୍ନ ରାଜ୍ୟରେ ଭିନ୍ନଭିନ୍ନ ଥିବାବେଳେ ଓଡ଼ିଶାରେ ପେଟ୍ରୋଲ ଲିଟରପିଛା ୧୦ଟଙ୍କା ୨୩ପଇସା ଓ ଡିଜେଲ ଲିଟର ପିଛା ୭ଟଙ୍କା ୩୭ ପଇସା ହ୍ରାସ ପାଇବ। ଓଡ଼ିଶାରେ ଏହି ଦର ପେଟ୍ରୋଲ ଲିଟର ପିଛା ୧୦୨ଟଙ୍କା ୪୫ ପଇସା ଓ ଡିଜେଲ ଲିଟର ପିଛା ୯୪ ଟଙ୍କା ୯୯ ପଇସାକୁ ଖସି ଆସିବ।

Read Also | Corona Cases: ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମଣ

Share this:

Leave a Reply

Your email address will not be published. Required fields are marked *