Hingula Pitha: ଆସନ୍ତା ରଜସଂକ୍ରାନ୍ତିରେ ହିଙ୍ଗୁଳା ପୀଠରେ ଅନୁଷ୍ଠିତ ହେବ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା

Share this:

ସାଉଥବଲଣ୍ଡା: Hingula Pitha Talcher Purana Pratiyogita କରୋନା କଟକଣା ପାଇଁ ଗତ ୨ବର୍ଷ ହେଲା ବନ୍ଦଥିଲା ପୁରାଣ ପ୍ରତିଯୋଗିତା। କରୋନା କଟକଣା ଉଠିବା ପରେ ଏବର୍ଷ ଆସନ୍ତା ରଜସଂକ୍ରାନ୍ତି ଉପଲକ୍ଷେ ମା’ ହିଙ୍ଗୁଳା ପୀଠ ଗୋପାଳଗଡ଼ଠାରେ ଜୁନ ୧୫ ତାରିଖ ବୁଧବାର ଦିନ ୧୦ମ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ପ୍ରତି ଗ୍ରାମରୁ ଚାରି ଜଣକୁ ନେଇ ଗୋଟିଏ ଦଳ ଭାଗ ନେବାର ପ୍ରସ୍ତାବ ରହିଛି। ଚଳିତ ବର୍ଷ କ୍ଷେତ୍ର ମୋହନ ପ୍ରଧାନ ସଙ୍କଳିତ ‘ଶିବ ପୁରାଣ’ ବିଷୟରେ ସରଳ ପ୍ରଶ୍ନ ପଚରାଯିବ। ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ଦିଆଯିବ। ଏଥିସହିତ ଶ୍ରେଷ୍ଠ ତିନି ଦଳ(ଗ୍ରାମ)କୁ ବିଶେଷ ପୁରସ୍କାର ଦିଆଯିବ। ଏହି କାର୍ଯ୍ୟକ୍ରମରେ ପୁରୁଷ ଓ ମହିଳାମାନେ ଭାଗ ନେଇ ପାରିବେ ବୋଲି ଆୟୋଜକଙ୍କ ତରଫରୁ ଜଣାପଡିଛି।

ଆୟୋଜକଙ୍କ ତରଫରୁ ଅନୁରୋଧ କରାଯାଉଛି ଯେ, ଭାଗ ନେଉଥିବା ଗ୍ରାମରୁ ଭାଗବତପ୍ରେମୀ ତଥା ପୁରାଣ ବିଷୟରେ ଜ୍ଞାନାର୍ଜନ କରିଥିବା ଚାରି ଜଣ ପ୍ରତିଯୋଗୀଙ୍କ ନାମ ହିଙ୍ଗୁଳା ପୀଠ ଠିକଣାରେ କିମ୍ବା ଶ୍ରୀ ଜଗନ ମୋହନ ଗଡନାୟକ ମୋବାଇଲ ନଂ ୯୪୩୮୩୦୯୭୧୧, ଶ୍ରୀ ବିଭୂତି ଭୂଷଣ ସାହୁ ମୋବାଇଲ ନଂ ୯୪୩୭୩୮୩୦୯୬ ଏବଂ ଶ୍ରୀ ଅରୁଣ କୁମାର ଗଡ଼ନାୟକ ମୋବାଇଲ ନଂ ୯୪୩୮୮୭୭୬୩୪ ଙ୍କୁ ଆସନ୍ତା ଜୁନ ୫ ତାରିଖ ମଧ୍ୟରେ ଜଣାଇବାକୁ ଶ୍ରୀ ଜଗନ ମୋହନ ଗଡନାୟକ, ସମ୍ପାଦକ, ମା’ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ, ଅନୁରୋଧ କରିଛନ୍ତି।

Read Also | Corona Cases: ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମଣ

Share this:

Leave a Reply

Your email address will not be published. Required fields are marked *