IPL 2020 MI vs DC: ଇଶାନ୍ କିଶାନଙ୍କ ଦମଦାର ବ୍ୟାଟିଂ, ମୁମ୍ବାଇ ଇଣ୍ଡିଆନ୍ସ ୯ ୱିକେଟରେ ବିଜୟୀ

Share this:

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (Indian Premier League) ପ୍ଲେ ଅଫ (playoff) ରେ ସ୍ଥାନ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଶନିବାର ଦୁବାଇ (Dubai) କ୍ରିକେଟ୍ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) କୁ ୯ ୱିକେଟ୍ ହରାଇ ପରାସ୍ତ କରିଛି। MI ବୋଲରଙ୍କ ବୋଲିଂ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀର ପୁରା ଦଳ ନିର୍ଦ୍ଧାରିତ ଓଭରରେ ୧୧୦ ରନ୍ ସ୍କୋର କରିପାରିଲେ। MI ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ (Trent Bolt) ଏବଂ ଜସପ୍ରୀତ ବୁମରାଃ (Jasprit Bumrah) ପ୍ରତ୍ୟେକ ତିନୋଟି ୱିକେଟ ନେଇଥିଲେ। ଏହା ବ୍ୟତୀତ ନାଥନ୍ କୁଲଟର ନାଇଲ୍ (Nathan Coulter-Nile) ଏବଂ ରାହୁଲ ଚହର (Rahul Chahar) ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଏହି ଛୋଟ ଲକ୍ଷ୍ୟର ଜବାବରେ ମୁମ୍ବାଇ ଓପନର୍ କ୍ୱିଣ୍ଟନ୍ ଡିକକ୍ (Quinton de Kock) ଏବଂ ଇଶାନ୍ କିଶାନ୍ (Ishan Kishan)  ପ୍ରଥମ ୱିକେଟ୍ ପାଇଁ ୬୮ ରନ୍ ଯୋଡିଥିଲେ। ଡିକକ ଆଉଟ ପରେ ଇଶାନ୍ କିଶନ୍ ସୂର୍ଯ୍ୟକୁମାର ଯାଦବ (Surykumar Yadav) ଙ୍କ ସହ ମିଶି ୧୫ ଓଭରରେ ଆବଶ୍ୟକ ରନ୍ ସ୍କୋର କରିଥିଲେ। କିଶାନ ୪୭ ବଲରୁ ୭୨ ରନ ସ୍କୋର କରିଥିବାବେଳେ ସୂର୍ଯ୍ୟକୁମାର ୧୧ ବଲରୁ ୧୨ ରନ ସ୍କୋର କରି ଅପରାଜିତ ରହିଥିଲେ।

Related Post ରବି ଶାସ୍ତ୍ରୀ ସୂର୍ଯ୍ୟକୁମାର ଯାଦବଙ୍କୁ ଅଭିନନ୍ଦ ଜଣାଇଲେ

ଏହି ମ୍ୟାଚ୍ ପାଇଁ ମୁମ୍ବାଇ ଦଳରେ ଦୁଇଟି ପରିବର୍ତ୍ତନ ହୋଇଥିଲା। ଦଳ ପରିଚାଳନା ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya)ଙ୍କୁ ବିଶ୍ରାମ ଦେଇ ଜୟନ୍ତ ଯାଦବଙ୍କୁ ଯୋଗ ଦେଇଥିଲେ।

Also Read| Team India: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ

Share this: