Odisha Assembly Updates: ରାଜ୍ୟରେ ଆଇନ୍‍ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ:ବିରୋଧୀ ଦଳ

Share this:

ଭୁବନେଶ୍ଵର: ରାଜ୍ୟ ବିଧାନସଭା ବଜେଟ୍‍ ଅଧିବେଶନ (Odisha Assembly Budget  Session) ର ଦ୍ୱିତୀୟ ପର୍ଯ୍ୟାୟ ବୈଠକର ଅଷ୍ଟମ ଦିନରେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ରହିଛି।

ଆଜି ଶୂନ୍ୟକାଳରେ ବିରୋଧୀ ଦଳର ନେତା ପ୍ରଦୀପ୍ତ କୁମାର ନାୟକ (Pradipta Kumar Nayak) ରାଜ୍ୟରେ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି, ରାଜ୍ୟରେ ରାଜନୈତିକ ହିଂସା ବୃଦ୍ଧି ପାଇଛି, ମହିଳା ଓ ଶିଶୁଙ୍କ ପ୍ରତି ହିଂସା ବଢ଼ିଛି।

ଏନ୍‍ସିଆରବି ରିପୋର୍ଟ (National Crime Records Bureau-NCRB Report) ରେହିଂସା ବୃଦ୍ଧି ପାଉଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ମାହାଙ୍ଗାରେ ରାଜନୈତିକ ହିଂସା ସହ ନୟାଗଡ଼ରେ ନାବାଳିକା ହତ୍ୟାକାଣ୍ଡକୁ ନେଇ ଶ୍ରୀ ନାୟକ ଉଦ୍‍ବେଗ ପ୍ରକାଶ କରିବା ସହ ଘଟଣାର ସଠିକ୍‍ ତଦନ୍ତ ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ।

ସେହିପରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର (Narsingha Mishra) ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ପ୍ରମୁଖ ରାଜ୍ୟର ବିପର୍ଯ୍ୟସ୍ତ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

[amazon_auto_links id=”9932″]

Also Read |Covid19 India Updates: ଗତ ୨୪ଘଣ୍ଟା ମଧ୍ୟରେ୪୦ହଜାରରୁ ଅଧିକ ନୂଆ କରୋନା ମାମଲା, କରୋନା ବେଗରେ ଦେଶ ଭୟଭୀତ

Share this:

Leave a Reply

Your email address will not be published. Required fields are marked *