ଓଡ଼ିଶାରୁ ଆଜି ୮ ହଜାର ୮୩୯ Corona ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶାରୁ ଗତ ୨୪ ଘଣ୍ଟାରେ ୮ ହଜାର ୮୩୯ଜଣ କରୋନା ସଂକ୍ରମିତ (Corona Virus) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୯୪୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୮୯୧ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୨୩୫ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୪୧୪ଜଣ, ବାଲେଶ୍ଵରରୁ ୩୯୫ଜଣ, ବରଗଡ଼ରୁ ୧୯୩ଜଣ, ଭଦ୍ରକରୁ ୪୧୯ଜଣ, ବଲାଙ୍ଗୀରିରୁ ୮୯ଜଣ, ବୌଦ୍ଧରୁ ୧୭୯ଜଣ, କଟକରୁ ୭୬୯ଜଣ, ଦେଓଗଡ଼ରୁ ୮୪ଜଣ, ଢେଙ୍କାନାଳରୁ ୫୧୦ଜଣ, ଗଜପତିରୁ ୫୨ଜଣ, ଗଞ୍ଜାମରୁ ୧୯୬ଜଣ, ଜଗତସିଂପୁରରୁ ୩୧୭ଜଣ, ଯାଜପୁରରୁ ୪୯୩ଜଣ, ଝାରସୁଗୁଡାରୁ ୧୨୧ଜଣ, କଳାହାଣ୍ଡିରୁ ୧୪୫ଜଣ, କନ୍ଧମାଳରୁ ୫୮ଜଣ, କେଉଁଝରରୁ ୧୮୮ଜଣ, କୋରାପୁଟରୁ ୯୯ଜଣ, କେନ୍ଦ୍ରାପଡ଼ାରୁ ୩୦୨ଜଣ, ମୟୁରଭଞ୍ଜରୁ ୫୮୩ଜଣ, ମାଲକାନଗିରିରୁ ୮୫ଜଣ, ନବରଙ୍ଗପୁରରୁ ୧୨୯ଜଣ, ନୟାଗଡ଼ରୁ ୨୪୬ଜଣ, ନୂଆପଡ଼ାରୁ ୩୪ଜଣ, ପୁରୀରୁ ୪୩୮ଜଣ, ରାୟଗଡାରୁ ୨୧୬ଜଣ, ସମ୍ବଲପୁରରୁ ୧୯୪ଜଣ, ସୋନପୁରରୁ ୧୧୮ଜଣ, ସୁନ୍ଦରଗଡରୁ ୩୩୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୦୦ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୯ ଲକ୍ଷ ୭୨ ହଜାର ୨୨୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭ ଲକ୍ଷ ୯୦ ହଜାର ୯୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ ହଜାର ୫୯୪ ସୁସ୍ଥ ହେବା ସହିତ ମୋଟ ୭ ଲକ୍ଷ ୨ ହଜାର ୬୨୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୫ ହଜାର ୪୨୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Vaccine କ୍ରୟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଲେ ଚିଠି

AC_without-Bank_1242x450._CB659868804_SY500_
Share this: