Covid-19: ରାଜ୍ୟରୁ ଆଜି ରେକର୍ଡ ସଂଖ୍ୟକ ୪୦ଜଣଙ୍କ କରୋନାରେ ମୃତ୍ୟୁ

Share this:

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତ (Corona Virus) ଙ୍କ ସଂଖ୍ୟା କମିବାରେ ଲାଗିଛି, କିନ୍ତୁ କରୋନା  ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ଗତକାଲି ୩୭ ଜଣଙ୍କ ମୃତ୍ୟୁ ଘଟି ଥିଲା। ପୁଣି ଆଜି ଆଉ ୪୦ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଯାହାକି ରାଜ୍ୟରେ ସର୍ବାଧିକ। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୮୩୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି କରୋନା ମୃତକଙ୍କ ମଧ୍ୟରେ ସର୍ବାଧିକ ଅନୁଗୁଳ, କଟକ, ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ୫ ଜଣ ଲେଖାଏଁ ରହିଛନ୍ତି। ଏଥି ସହିତ ଝାରସୁଗୁଡାରୁ ୪ଜଣ , ବୌଦ୍ଧ ଓ ରାୟଗଡାରୁ ୩ ଜଣ ଲେଖାଏଁ ମୃତ୍ୟୁ ହୋଇଛି। ସେହିପରି ସମ୍ବଲପୁର ଓ ନବରଙ୍ଗପୁର, ଦେଓଗଡରୁ ୨ଜଣ ରହିଥିବା ବେଳେ ବାଲେଶ୍ଵର, ଢେଙ୍କାନାଳ, ଯାଜପୁର, ମାଲକାନଗିରିରୁ ଜଣେ ଲେଖାଏଁ ମୃତଙ୍କ ମଧ୍ୟରେ  ରହିଛନ୍ତି।

ସେହିପରି ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୯ ଲକ୍ଷ ୨ ହଜାର ୪୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭ ଲକ୍ଷ ୮୨ ହଜାର ୧୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୧ ହଜାର ୯୫ ସୁସ୍ଥ ହେବା ସହିତ ମୋଟ ୬ ଲକ୍ଷ ୯୨ ହଜାର ୨୭ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୭  ହଜାର ୨୨୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ଦ୍ୱାଦଶ ଶ୍ରେଣୀ CBSE ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ନିଆଯାଇଛି:ପ୍ରଧାନମନ୍ତ୍ରୀ

Share this: