UP:ସିଲିଣ୍ଡର ବିସ୍ଫୋରଣ ହେତୁ ଦୁଇ ମହଲା ଘର ଭୁଶୁଡି ୭ ଜଣ ମୃତ୍ୟୁ

Share this:

ଗୋଣ୍ଡା: ଉତ୍ତରପ୍ରଦେଶ (Uttar Pradesh) ର ଗୋଣ୍ଡା ଜିଲ୍ଲା (Gonda District) ରେ ଏକ ଦୁଃଖଦାୟକ ଦୁର୍ଘଟଣା ଘଟିଛି। ସିଲିଣ୍ଡର ବିସ୍ଫୋରଣ (Cylinder Blast) ହେତୁ ଏଠାରେ ଦୁଇ ମହଲା ବିଶିଷ୍ଟ ଘର ଭୁଶୁଡି ପଡି ସେଠାରେ ଉପସ୍ଥିତ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ଗ୍ରାମବାସୀ ତୁରନ୍ତ ସାହାଯ୍ୟ କରି ୧୪ ଜଣଙ୍କ ଜୀବନ ରକ୍ଷା କରିଥିଲେ। ଅଳିଆ ଗଦାରେ ପୋତି ହୋଇଥିବା ଏହି ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ୭ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏହି ଲୋକଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ବର୍ତ୍ତମାନ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଣ୍ଡା ଏସପି ସନ୍ତୋଷ କୁମାର ମିଶ୍ର ଏହି ଘଟଣାକୁ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପୋଲିସ ଏବଂ ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସୂଚନା ଅନୁଯାୟୀ, ଗୋଣ୍ଡା ଜିଲ୍ଲାର ୱାଜିରଗଞ୍ଜ (Wazir Ganj) ଅଞ୍ଚଳର ଟିକ୍ରି ଗ୍ରାମ (Tikri village) ରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ବିଳମ୍ବିତ ରାତିରେ ପ୍ରଥମେ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା। ପରେ ଏହା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଗଲା। ଏହି ବିସ୍ଫୋରଣ ଯୋଗୁଁ ଦୁଇ ମହଲା କୋଠା ଭୁଶୁଡି ପଡିଛି। ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆବର୍ଜନା ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ।

ଏଥି ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Also Read | 12th Exam 2021 cancelled: CBSE ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ

Share this:

Leave a Reply

Your email address will not be published. Required fields are marked *