Corona Virus:ଢେଙ୍କାନାଳ ଜିଲ୍ଲାରୁ ଆଜି ୪୫୧ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ (Dhenkanal) ଜିଲ୍ଲାରେ ୪୫୧ ଜଣ କରୋନା (Covid-19) ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୪୩୨ଜଣ ଏବଂ ହସ୍ପିଟାଲରୁ ୧୯ଜଣ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟଙ୍କ ମଧ୍ୟରେ ଭୁବନ ବ୍ଲକ (Bhuban Block) ରୁ ୧୩୨ଜଣଙ୍କ ମଧ୍ୟରୁ କେବଳ ମୁରୁଗାରୁ ୧୨୩ ଜଣ ଅଛନ୍ତି। ସେହିପରି ସଦର ବ୍ଲକ (Sadar Block) ରୁ ୯୨ଜଣଙ୍କ ମଧ୍ୟରୁ ପତ୍ରଭଙ୍ଗାରୁ ୫୪ଜଣ ଚିହ୍ନଟ ହୋଇଛନ୍ତି। ପର୍ଜଙ୍ଗ ବ୍ଲକ (Parjang Block) ରୁ ୫୨ଜଣଙ୍କ ମଧ୍ୟରୁ ସରାଙ୍ଗରୁ ୨୧ ଜଣ ଅଛନ୍ତି। ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୫୦ଜଣ, କଙ୍କଡ଼ାହାଡ ବ୍ଲକ (Kankadahad Block) ରୁ ଚିହ୍ନଟ ୪୦ ଜଣଙ୍କ ମଧ୍ୟରୁ କେବଳ ପଙ୍ଗାତିରାରୁ ୨୭ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଓଡ଼ାପଡା ବ୍ଲକ (Odapada Block) ରୁ ୨୮ଜଣ ଙ୍କ ମଧ୍ୟରେ ମୋଟଙ୍ଗାରୁ ୮ଜଣ, ଇନ୍ଦିପୁରରୁ ୩ଜଣ, କମଳାଙ୍ଗ, ବେସାଳିଆ, କାଣ୍ଡବିନ୍ଧା ଏବଂ ରାଣୀବଣିଆରୁ ୨ଜଣ ଲେଖାଏଁ ଅଛନ୍ତି। ସୁଧାଡ଼ିହିକାଟେଣି, କୁରୁଣ୍ଟି, ହରିପୁର ଏବଂ ସିମିନଇରୁ ଜଣେ ଲେଖାଏଁ ଅଛନ୍ତି। ଗଁଦିଆ ବ୍ଲକରୁ ୨୫ଜଣ, କାମାକ୍ଷାନଗର ବ୍ଲକରୁ ୯ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ହିନ୍ଦୋଳ ବ୍ଲକ (Hindol Block) ରୁ ଚିହ୍ନଟ ୮ଜଣଙ୍କ ମଧ୍ୟରୁ ଖଜୁରିଆକଟାରୁ ୩ଜଣ, କଂସାରା, ପଡା, କଙ୍କାକୁ, ଓସ୍ତପାଳ ଏବଂ ଗଞ୍ଜରାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ହିନ୍ଦୋଳ ଏନଏସିରୁ ଚିହ୍ନଟ ୫ଜଣଙ୍କ ମଧ୍ୟରୁ ଗୋବିନ୍ଦପୁର, ରାଧାନାଥପୁର, ଶରଧାପୁର, କମଣ୍ଡଳୀ ଏବଂ ରାଜମୋହନପୁରରୁ ଜଣେ ଲେଖାଏଁ ଅଛନ୍ତି। ସେହିପରି କାମାକ୍ଷାନଗର ଏନଏସିରୁ ୫ଜଣ, ଭୁବନ ଏନଏସିରୁ ୨ଜଣ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୩ ଜଣ ଅଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୮୧୫ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୨ ଲକ୍ଷ ୯୩ ହଜାର ୯୫୩ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୩ ହଜାର ୮୩୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ମୋଟ ୯ ହଜାର ୫୨୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୪ ହଜାର ୨୭୮ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରୁ ଆଜି ଜଣେ କରୋନାରେ ମୃତ୍ୟୁବରଣ କରିଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ୩୭ ଜଣ କରୋନାରେ ଜୀବନ ହରେଇଲେଣି।

Also Read | Covid-19: ରାଜ୍ୟରୁ ଆଜି ରେକର୍ଡ ସଂଖ୍ୟକ ୪୦ଜଣଙ୍କ କରୋନାରେ ମୃତ୍ୟୁ

Share this: