Corona:ଆଜି ଅନୁଗୁଳ ଜିଲ୍ଲାରୁ ୩୯୭ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଆଜି ବୁଧବାର ଅନୁଗୁଳ ଜିଲ୍ଲାରେ ୩୯୭ଜଣ ନୂଆ କରୋନା ପଜିଟିଭ (Corona Virus) ଚିହ୍ନଟ ହୋଇଥିବାର ଜଣାପଡିଛି। ଏଥି ସହିତ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୩୫ ହଜାର ୬ ରେ ପହଞ୍ଚିଲା

ଆଜି ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ବଅଁରପାଳ ବ୍ଳକ୍‌ ଅଂଚଳରୁ ୧୦୧ଜଣ (୬୩ଜଣ ପୁରୁଷ ଓ ୩୮ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୭୩ଜଣ (୪୭ଜଣ ପୁରୁଷ ଓ ୨୬ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୫୩ଜଣ (୩୩ଜଣ ପୁରୁଷ ଓ ୨୦ଜଣ ମହିଳା), ତାଳଚେର ବ୍ଳକ୍ ଅଂଚଳରୁ ୪୮ଜଣ (୨୫ଜଣ ପୁରୁଷ ଓ ୨୩ଜଣ ମହିଳା), ଅନୁଗୋଳ ବ୍ଲକ୍ ଅଂଚଳରୁ ୪୩ଜଣ (୨୨ଜଣ ପୁରୁଷ ଓ ୨୧ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୨୭ଜଣ (୧୬ଜଣ ପୁରୁଷ ଓ ୧୧ଜଣ ମହିଳା), ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୩ଜଣ (୬ଜଣ ପୁରୁଷ ଓ ୭ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୧୨ଜଣ (୭ଜଣ ପୁରୁଷ ଓ ୫ଜଣ ମହିଳା), କିଶୋରନଗର ବ୍ଳକ୍ ଅଂଚଳରୁ ୧୦ଜଣ (୭ଜଣ ପୁରୁଷ ଓ ୩ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୯ଜଣ (୮ଜଣ ପୁରୁଷ ଓ ୧ଜଣ ମହିଳା) ଓ ପାଳଲହଡା ବ୍ଳକ୍ ଅଂଚଳରୁ ୮ଜଣ (୫ଜଣ ପୁରୁଷ ଓ ୩ଜଣ ମହିଳା) ଅଛନ୍ତି।

ଜିଲାରୁ ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଏବଂ ୧୦୩ ଜଣଙ୍କୁ  ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ସେହିପରି ଆଜି ଅନୁଗୁଳ ଜିଲ୍ଲାରୁ ୭୮୩ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୧୯ଜଣ କରୋନାରେ ମୃତ୍ୟୁବରଣ କଲେଣି।

Also Read | Covid-19: ରାଜ୍ୟରୁ ଆଜି ରେକର୍ଡ ସଂଖ୍ୟକ ୪୦ଜଣଙ୍କ କରୋନାରେ ମୃତ୍ୟୁ

SFH_Hero_PC_1x._CB667323714_
Share this: