Corona: ଓଡ଼ିଶାରୁ ଆଜି ୮ ହଜାର ୩୯୯ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶାରୁ ଗତ ୨୪ ଘଣ୍ଟାରେ ୮ ହଜାର ୩୯୯ଜଣ କରୋନା ସଂକ୍ରମିତ (Corona Virus)  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୭୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୬୫୮ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୧୦୨ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୪୬୮ଜଣ, ବାଲେଶ୍ଵରରୁ ୨୪୦ଜଣ, ବରଗଡ଼ରୁ ୧୫୯ଜଣ, ଭଦ୍ରକରୁ ୧୪୭ଜଣ, ବଲାଙ୍ଗୀରିରୁ ୧୧୬ଜଣ, ବୌଦ୍ଧରୁ ୧୬୬ଜଣ, କଟକରୁ ୭୬୬ଜଣ, ଦେଓଗଡ଼ରୁ ୮୧ଜଣ, ଢେଙ୍କାନାଳରୁ ୪୫୧ଜଣ, ଗଜପତିରୁ ୮୦ଜଣ, ଗଞ୍ଜାମରୁ ୬୫ଜଣ, ଜଗତସିଂପୁରରୁ ୨୬୯ଜଣ, ଯାଜପୁରରୁ ୫୧୪ଜଣ, ଝାରସୁଗୁଡାରୁ ୫୩ଜଣ, କଳାହାଣ୍ଡିରୁ ୧୯୦ଜଣ, କନ୍ଧମାଳରୁ ୯୫ଜଣ, କେଉଁଝରରୁ ୧୮୬ଜଣ, କୋରାପୁଟରୁ ୧୭୮ଜଣ, କେନ୍ଦ୍ରାପଡ଼ାରୁ ୨୧୦ଜଣ, ମୟୁରଭଞ୍ଜରୁ ୪୮୫ଜଣ, ମାଲକାନଗିରିରୁ ୧୨୮ଜଣ, ନବରଙ୍ଗପୁରରୁ ୨୦୦ଜଣ, ନୟାଗଡ଼ରୁ ୨୨୩ ଜଣ, ନୂଆପଡ଼ାରୁ ୩୪ଜଣ, ପୁରୀରୁ ୪୩୫ଜଣ, ରାୟଗଡାରୁ ୨୯୨ଜଣ, ସମ୍ବଲପୁରରୁ ୧୯୧ଜଣ, ସୋନପୁରରୁ ୧୪୩ଜଣ, ସୁନ୍ଦରଗଡରୁ ୪୭୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୮୫ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୯ ଲକ୍ଷ ୨ ହଜାର ୪୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭ ଲକ୍ଷ ୮୨ ହଜାର ୧୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୧ ହଜାର ୯୫ ସୁସ୍ଥ ହେବା ସହିତ ମୋଟ ୬ ଲକ୍ଷ ୯୨ ହଜାର ୨୭ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୭  ହଜାର ୨୨୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | 12th Exam 2021 cancelled: CBSE ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ

AC_without-Bank_1242x450._CB659868804_SY500_
Share this: