Corona Virus:ଢେଙ୍କାନାଳ ଜିଲ୍ଲାରୁ ଆଜି ୫୦୩ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ (Dhenkanal) ଜିଲ୍ଲାରେ ୫୦୩ ଜଣ କରୋନା (Covid-19) ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରାଣ୍ଟାଇନ୍‌ (Home Quarantine)ରୁ ୪୭୬ ଜଣ ଏବଂ ହସ୍ପିଟାଲରୁ ୨୭ଜଣ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟଙ୍କ ମଧ୍ୟରେ ଗଁଦିଆ ବ୍ଲକ (Gondia Block) ରୁ ଚିହ୍ନଟ ୧୧୫ ଜଣଙ୍କ ମଧ୍ୟରୁ ଅଟିଣ୍ଡା (Atinda)ରୁ ୯୮ଜଣ, କାବେରାରୁ ୪ଜଣ, ମଣିତିରିଏବଂ କଲୁରିଆରୁ ୨ଜଣ ଲେଖାଏଁ, କଲୁରେଇ, ଯୋରନ୍ଦାପାଟଣା, ସନ୍ତପୁର, ଆମ୍ବବାହାଳି, ଯମୁସରା, ବୈଶିଙ୍ଗା, ଚଟିଆ ଏବଂ ଷଡଙ୍ଗୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।      

ହିନ୍ଦୋଳବ୍ଲକ (Hindol Block) ରୁ ଚିହ୍ନଟ ୧୦୩ଜଣଙ୍କ ମଧ୍ୟରୁ ମାଡୁଆକାରନ୍ଦାରୁ ୬୭ଜଣ,  ନୂଆ ଏବଂ କାରନ୍ଦାରୁ ୪ଜଣ ଲେଖାଏଁ, ନିମବାହାଳିରୁ ୩ଜଣ, ଖାଲିବୋରେଇ, କୁନୁଆ, ଗୁଆଗରିଆ, ନୂଆହିନ୍ଦୋଳ, ରଞ୍ଜାଗୋଳ ଏବଂ କଂସାରାରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ନୂଆପଡ଼ା, ଜରଡା, ଟାଙ୍ଗୀଶାଳ, ପାଟେଲା, ଚିତଲପୁର, ଜୈପଙ୍ଗା, ଦୁଦୁରକୋଟ, ଚିତଲପୁର ଗୁଳେହି, ଝାଡବନ୍ଧ, ନନ୍ଦପୁର, ବାଙ୍କିଡି ଏବଂ କଲଣ୍ଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।  

ସେହିପରି କଙ୍କଡ଼ାହାଡ ବ୍ଲକ (Kankadahad Block) ରୁ ଚିହ୍ନଟ ୮୧ ଜଣ, ଭୁବନ ବ୍ଲକ (Bhuban Block) ରୁ ୫୬ଜଣ, ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୪୧ଜଣ, ସଦର ବ୍ଲକ (Sadar Block) ରୁ ୩୨ଜଣ, ଭୁବନ ଏନଏସି (Bhuban NAC) ରୁ ୨୫ଜଣ, ଓଡ଼ାପଡା ବ୍ଲକ (Odapada Block) ରୁ ୧୭ଜଣ, କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୧୫ଜଣ, ହିନ୍ଦୋଳ ଏନଏସି (Hindol NAC) ରୁ ୬ଜଣ, ପର୍ଜଙ୍ଗ ବ୍ଲକ (Parjang Block) ରୁ ୪ଜଣ, କାମାକ୍ଷାନଗର ଏନଏସି (Kamakhyanaga NAC) ରୁ ୩ଜଣ ଏବଂ ଅନ୍ୟାନ୍ୟ ହସ୍ପିଟାଲ (other hospital) ରୁ ୫ଜଣ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୬୫୩ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୨ ଲକ୍ଷ ୯୨ ହଜାର ୧୩୮ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୩ ହଜାର ୩୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲାରୁ ମୋଟ ୯ ହଜାର ୩୮୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୩ ହଜାର ୯୬୬ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ ଜିଲାରୁ ମୋଟ ୩୬ଜଣ କରୋନାରେ ଜୀବନ ହରେଇଲେଣି।

Also Read | World No Tobacco Day: ସାବଧାନ! ଭାରତରେ ତମାଖୁ ସେବନ ଦ୍ୱାରା ଦୈନିକ ୩୫୦୦ ମୃତ୍ୟୁ ଘଟୁଛି: ସ୍ୱାସ୍ଥ୍ୟମନ୍ତ୍ରୀ

Share this: