Covid19 Angul:ଅନୁଗୋଳ ଜିଲାରୁ ଆଜି ପୁଣି ୧୦୯ କରୋନା ସଂକ୍ରମିତ ଚିହ୍ନଟ;ମୋଟ ୪,୬୧୭

Share this:

ଅନୁଗୋଳ: ଅନୁଗୋଳ (Angul) ଜିଲ୍ଲାରେ ଆଜି ପୁଣି ନୂଆ ୧୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ମୋଟ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୬୧୭ରେ ପହଁଚିଛି।

ଆଜି ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ସର୍ବାଧିକ ୨୫ ଜଣ, ତାଳଚେର ବ୍ଲକ୍ ଅଞ୍ଚଳରୁ ୧୮ ଜଣ, ତାଳଚେର ପୌରାଞ୍ଚଳରୁ ୧୭ ଜଣ, ଅନୁଗୁଳ ପୌରାଞ୍ଚଳରୁ ୧୬ ଜଣ, ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୧୫ ଜଣ, ପାଳଲହଡା ବ୍ଳକ୍ ଅଞ୍ଚଳରୁ ୫ ଜଣ, ଅନୁଗୁଳ ବ୍ଳକ୍ ଅଞ୍ଚଳରୁ ୪ ଜଣ, କଣିହାଁ ବ୍ଳକ୍ ଅଞ୍ଚଳରୁ ୪ ଜଣ, ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୨ ଜଣ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ  ଓ କିଶୋରନଗର ବ୍ଲକ୍ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି। 

750_375_dabur

ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ  ହୋଇଥିବାର ଜଣାପଡିଛି। ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲ (Covid Hospital) କୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୁଳ ଜିଲ୍ଲାରୁ ୧୭୦ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୩ ଜଣ କୋଭିଡ ହସପିଟାଲରୁ,୩ ଜଣ କୋଭିଡ କେୟାର ସେଣ୍ଟରରୁ ଓ ୧୪୪ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

Also Read: New Laws: ଅକ୍ଟୋବର ପହିଲାରୁ ନୂଆ ନିୟମ,ଡ୍ରାଇଭିଂ ଲାଇସେନ୍ସ ତିଆରି ସହଜ,ଡକ୍ୟୁମେଣ୍ଟ ପାଖରେ ରଖିବା ଜରୁରୀ ନୁହେଁ;ଟିଭି କିଣିବା ମହଙ୍ଗା

Share this: