NCRB:ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ସାଇବର କ୍ରାଇମ ଅପରାଧରେ ପ୍ରଥମ ସ୍ଥାନରେ ଓଡିଶା, ରାଜ୍ୟରେ ମହିଳାଙ୍କ ପ୍ରତି ବଢିଛି ଅତ୍ୟାଚାର

Share this:

ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ର ପ୍ରକାଶିତ ‘କ୍ରାଇମ ଇନ ଇଣ୍ଡିଆ-୨୦୧୯’ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ଓଡିଶା (Odisha) ରେ ମହିଳାଙ୍କ ଉପରେ ଅତ୍ୟାଚାର ମାମଲାରେ ୧୪.୩୪ ପ୍ରତିଶତ ବୃଦ୍ଧି ଘଟିଛି।

‘କ୍ରାଇମ ଇନ୍ ଇଣ୍ଡିଆ-୨୦୧୯’ ତଥ୍ୟରେ ଓଡ଼ିଶାର ବିଭିନ୍ନ ମାମଲାର ସ୍ଥିତି ସମ୍ପର୍କରେ ଉଲ୍ଲେଖ ରହିଛି। ଦେଶରେ ମହିଳାଙ୍କ ସମ୍ପର୍କିତ ସାଇବର୍‌ କ୍ରାଇମ୍‌ (Cyber Crime) ଅପରାଧରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ୨୦୧୯ ମସିହାରେ ଦେଶରେ ସମୁଦାୟ ୧୬୨୧ଟି ମାମଲା ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ କେବଳ ଓଡ଼ିଶାର ମାମଲା ସଂଖ୍ୟା ୩୯୦ ରହିଛି।  ଆସାମ (Assam) ୩୨୯ଟି ମାମଲା ସହ ଦ୍ଵିତୀୟ ସ୍ଥାନରେ ରହିଛି।

ଓଡ଼ିଶାରେ ମହିଳାଙ୍କୁ ଆକ୍ରମଣ ମାମଲାରେ ୫୦.୫ ପ୍ରତିଶତ ବୃଦ୍ଧି ଘଟିଛି।  ଓଡିଶା ଦେଶରେ ପ୍ରଥମ ସ୍ଥାନରେ ରହିଥିବା ରିପୋର୍ଟରୁ ଜଣାପଡ଼ିଛି। ଓଡ଼ିଶାରେ ମହିଳାଙ୍କୁ ସମ୍ମାନହାନି ଉଦ୍ଦେଶ୍ୟରେ ଆକ୍ରମଣ ମାମଲାରେ ୫୦.୫ ପ୍ରତିଶତ ବୃଦ୍ଧି ଘଟିଛି।  ଓଡ଼ିଶାରେ ଏ ସମ୍ପର୍କିତ ୨୮୧୬ ମାମଲା ପଞ୍ଜିକୃତ ହୋଇଛି।

ସେହିପରି ଓଡ଼ିଶାରେ ଏହି ବର୍ଷ ୩୯୩୪ଟି ଅପହରଣର ମାମଲା, ସ୍ୱାମୀ ଓ ତାଙ୍କର ସମ୍ପର୍କୀୟଙ୍କର ୨୭୩୯ କ୍ରୂରତା ମାମଲା, ୧୩୮୨ ବଳାତ୍କାର ମାମଲା, ଯୌତୁକ ନିରୋଧୀ ଆଇନର ୨୪୩ ମାମଲା,୧୯୧ଟି ବଳାତ୍କର ଉଦ୍ୟମ ମାମଲା, ମହିଳାଙ୍କ ସମ୍ମାନକୁ ଅପମାନ କରିବାର ୫୩୬ଟି ମାମଲା, ୩୪୨ଟି ଯୌତୁକ ହତ୍ୟାଜନିତ ମାମଲା, ବାଳିକା ଯୌନ ଅପରାଧର ୨୦୩୬ ମାମଲା ସମ୍ପର୍କରେ ରିପୋର୍ଟରେ ପ୍ରକାଶିତ।

ଶିଶୁମାନଙ୍କ ଉପରେ ଅତ୍ୟାଚାର ଘଟଣାରେ ଓଡ଼ିଶା ୨୦୧୮ ତୁଳନାରେ ୨୦୧୯ରେ ସଂଖ୍ୟା ବୃଦ୍ଧି ପାଇଛି। ଶିଶୁମାନଙ୍କ ଉପରେ ୨୦୧୯ରେ ୭୦୧୨ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୧୮ରେ ଏହାର ସଂଖ୍ୟା ୫୨୧୭ ରହିଥିଲା। ୨୦୧୯ରେ ଓଡ଼ିଶାରେ ଜୁଭେନାଇଲ ଅପରାଧ ବୃଦ୍ଧି ହୋଇଥିବାର ରିପୋର୍ଟରେ ଉଲ୍ଲେଖ ରହିଛି।

Also Read: Hathras Case Updates: ରାହୁଲ ଗାନ୍ଧୀ ଗିରଫ, ଯାଉଥିଲେ ହାଥରସ

Share this: