Odisha: ଓଡ଼ିଶା ସରକାର ଜାରି କଲେ ନୂଆ ଗାଇଡଲେନ୍ସ,ଅଧା କର୍ମଚାରୀ ଆସିବେ ଅଫିସ

Share this:

ଭୂବନେଶ୍ଵର: କୋଭିଡ୍‍ (Covid-19) ସଂକ୍ରମଣ ଲାଗି ରହିଥିବାରୁ ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ଭୁବନେଶ୍ୱର ଓ କଟକରେ ଥିବା ସବ୍‍-ଅର୍ଡିନେଟ୍‍ କାର୍ଯ୍ୟାଳୟ ସେମାନଙ୍କ ମୋଟ କର୍ମଚାରୀ ସଂଖ୍ୟର ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ପରିଚାଳନା କରିବେ।

ଅଫିସ୍‍ କାର୍ଯ୍ୟ ଯେପରି ପ୍ରଭାବିତ ନ ହେବେ, ସେ ବିଷୟ ପ୍ରତି ବିଭାଗୀୟ ମୁଖ୍ୟ ଦୃଷ୍ଟି ଦେବେ। ଏ
ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବିଭାଗର ପ୍ରମୁଖ ସଚିବ ସମସ୍ତ ବିଭାଗକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ପ୍ରତି ସପ୍ତାହରେ ଶନିବାର ଓ ରବିବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ୍‍ ରହିବ। କେଉଁ କର୍ମଚାରୀମାନେ ଅଫିସ
କାର୍ଯ୍ୟରେ ଯୋଗଦେବେ, ସେ ସଂକ୍ରାନ୍ତରେ ଭୁବନେଶ୍ୱର ଓ କଟକରେ ବିଭିନ୍ନ ସରକାରୀ ବିଭାଗ ଓ ବିଭାଗୀୟ ମୁଖ୍ୟ ଦପ୍ତରର ମୁଖ୍ୟମାନେ ନିଷ୍ପତ୍ତି ନେବେ।

ତେବେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କାର୍ଯ୍ୟାଳୟ,ଏସ୍‍.ଆର୍‍.ସି.(SRC) ଏବଂ ଓସ୍‍ଡମା କାର୍ଯ୍ୟାଳୟ, ପୁଲିସ୍‍, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟସେବା, ପୌରସେବା କାର୍ଯ୍ୟାଳୟ ସମସ୍ତ କର୍ମଚାରୀଙ୍କୁ ନେଇ ଯଥାରୀତି କାର୍ଯ୍ୟକରିବ। ଏହାଛଡ଼ା ବିଧାନସଭା ପାଇଁ ନିୟୋଜିତ ସମସ୍ତ କର୍ମଚାରୀ ଅଧିବେଶନର ସମସ୍ତ କାର୍ଯ୍ୟଦିବସରେ ଉପସ୍ଥିତ ରହିବେ। କୋଭିଡ୍‍ ନିୟମାବଳୀ ପାଳନ ନେଇ ଜାରି ହୋଇଥିବା ସମସ୍ତ ମାର୍ଗଦର୍ଶିକାକୁ ସମସ୍ତ ବିଭାଗ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। କୌଣସି କର୍ମଚାରୀଙ୍କୁ କୋଭିଡ୍‍ ହୋଇଥିବା ଚିହ୍ନଟ ହେଲେ ସମ୍ପୃକ୍ତ କାର୍ଯ୍ୟାଳୟକୁ କୋଭିଡ୍‍ ପ୍ରୋଟୋକଲ୍‍ ପାଳନ କରିବାକୁ ହେବ।

Also Read: New Laws: ଅକ୍ଟୋବର ପହିଲାରୁ ନୂଆ ନିୟମ,ଡ୍ରାଇଭିଂ ଲାଇସେନ୍ସ ତିଆରି ସହଜ,ଡକ୍ୟୁମେଣ୍ଟ ପାଖରେ ରଖିବା ଜରୁରୀ ନୁହେଁ;ଟିଭି କିଣିବା ମହଙ୍ଗା

Share this: