Odisha Assembly News: ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣ:ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ

Share this:

ବିରୋଧୀ କହିଲେ ରାଜ୍ୟ ସରକାର ବିଫଳ

ଭୂବନେଶ୍ଵର: ଆଜି ବିଧାନସଭା (Assembly) ର ଦ୍ୱିତୀୟ ଦିନରେ ରାଜ୍ୟରେ କୋଭିଡ୍‍-୧୯ (Covid-19) ପରିସ୍ଥିତିକୁ ନେଇ ଆଲୋଚନା ହୋଇଥିଲା। କୋଭିଡ୍‍ ନିୟନ୍ତ୍ରଣରେ ସରକାର ବିଫଳ ବୋଲି ବିରୋଧି ଦଳ ଅଭିଯୋଗ କରିବା ପରେ ଶାସକ ଦଳ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ (Nabakishore Das) କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା (Odisha) ରେ କରୋନା ସ୍ଥିତି ନିୟନ୍ତ୍ରଣ ଭିତରେ ରହିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ରାଜ୍ୟରେ କରୋନା (Corona) ଆରୋଗ୍ୟ ହାର ବହୁତ ଅଧିକ ରହିଛି। ଜାତୀୟ ସ୍ତରରେ ମୃତ୍ୟୁ ହାର ୧.୬ ଥିବାବେଳେ ଓଡ଼ିଶାରେ ଏହା ୦.୩୭୫ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରତିଦିନ ହାରାହାରି ୫୦ ହଜାର ଟେଷ୍ଟିଂ କରାଯାଉଛି।

ଏହି ସମୟରେ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ (Pradipta Nayak) କହିଥିଲେ, କୋଭିଡ୍‍ ନିୟନ୍ତ୍ରଣରେ ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରିଥିଲେ ମଧ୍ୟ ସେଗୁଡ଼ିକର ହିସାବ ରଖି ନାହାନ୍ତି। କୋଭିଡ୍‍ ପରିଚାଳନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

ବିଧାନସଭା ସଦସ୍ୟ ନରସିଂହ ମିଶ୍ର, ଜୟନାରାୟଣ ମିଶ୍ର, ସୁରେଶ କୁମାର ରାଉତରାୟ କହିଥିଲେ, ପ୍ରଥମେ କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲେ। ତେବେ ସମୟାନୁକ୍ରମେ ଏହା ବିଫଳ ହେଲା। ବର୍ତ୍ତମାନ ରାଜ୍ୟରେ କରୋନାରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟୁଥିବାବେଳେ ସରକାରୀ ତାଲିକାରେ ମୃତକଙ୍କ ସଂଖ୍ୟା କମ୍‍ ଦର୍ଶାଯାଉଛି ବୋଲି ଅଭିଯୋଗ କରିଥିଲେ। ଶାସକ ଦଳ ପକ୍ଷରୁ ବିଧାୟକ ଅମର ପ୍ରସାଦ ଶତପଥୀ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ କିଶୋର ମହାନ୍ତି ବିରୋଧିଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ କହିଥିଲେ, ପ୍ରତିଟି ଜୀବନ ରାଜ୍ୟ ସରକାରଙ୍କପାଇଁ ମୂଲ୍ୟବାନ୍‍। ସରକାର କରୋନା ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି।

Also Read: Babri Masjid demolition:ବାବ୍ରି ମସଜିଦ ଭାଙ୍ଗିବା ଘଟଣାରେ ଆଡଭାନୀ, ଯୋଶୀ, ଉମାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ; ଆଡଭାନୀ କହିଲେ ‘ଜୟ ଶ୍ରୀରାମ’

Share this: