Odisha Covid19: ଆଜି ରାଜ୍ୟରେ ଆଉ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୩ ହଜାର ୮୯୬ ଜଣ କରୋନା (Corona) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୮୧ ହଜାର ୪୮୧ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬୫୭ ଜଣ ସୁସ୍ଥ କଟକରୁ ୪୪୨ ଜଣ, ବରଗଡ଼ରୁ ୯୭ ଜଣ, ଯାଜପୁରରୁ ୧୫୩ ଜଣ, ମୟୁରଭଞ୍ଜରୁ ୧୬୨ ଜଣ, ଭଦ୍ରକରୁ ୭୪ ଜଣ, ବାଲେଶ୍ଵରରୁ ୨୨୬ ଜଣ, ଢେଙ୍କାନାଳରୁ ୪୫ ଜଣ, ପୁରୀରୁ ୧୮୨ ଜଣ, ଜଗତସିଂପୁରରୁ ୧୭୧ ଜଣ, ରାୟଗଡାରୁ ୨୫ ଜଣ, ଗଞ୍ଜାମରୁ ୪୦ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୧୦ ଜଣ, ଅନୁଗୋଳରୁ ୨୧୭ ଜଣ, ନୟାଗଡ ୧୧୫ ଜଣ, ସୋନପୁରରୁ ୭୦ ଜଣ, ବଲାଙ୍ଗୀରରୁ ୬୮ ଜଣ, ସୁନ୍ଦରଗଡରୁ ୧୧୯ ଜଣ, ଝାରସୁଗୁଡାରୁ ୧୫୧ ଜଣ, ନବରଙ୍ଗପୁର ଜିଲ୍ଲାରୁ ୭୬ ଜଣ, କେନ୍ଦ୍ରାପଡା ୧୧୨ ଜଣ, କୋରାପୁଟରୁ ୧୨୬, କେଉଁଝରରୁ ୫୫ ଜଣ, କନ୍ଧମାଳରୁ ୪୦ ଜଣ, ନୂଆପଡ଼ାରୁ ୪୯ ଜଣ, କଳାହାଣ୍ଡିରୁ ୧୦୪ ଜଣ, ଗଜପତିରୁ ୧୫ ଜଣ, ବୌଦ୍ଧରୁ ୨୦ଜଣ, ମାଲକାନଗିରି ଜିଲ୍ଲାରୁ ୭୨ ଜଣ,ଦେଓଗଡରୁ ୧୨ ଜଣ ଏବଂ ଷ୍ଟେଟ୍ ପୁଲରୁ ୯୧ ସୁସ୍ଥ ହୋଇଛନ୍ତି।

ADVERTISEMENT

ରାଜ୍ୟରେ ସୋମବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୨୮କୁ ବୃଦ୍ଧି ହୋଇଛି। ଏ ନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

Also Read:Covid19 India: ସର୍ବାଧିକ ସୁସ୍ଥତା ଓ ଆକ୍ରାନ୍ତ ୧୦ ରାଜ୍ୟରେ ଓଡ଼ିଶା,ଭାରତରେ ସୁସ୍ଥତା ହାର ୮୩ ପ୍ରତିଶତକୁ ବୃଦ୍ଧି

Share this: