Covid19 India: ସର୍ବାଧିକ ସୁସ୍ଥତା ଓ ଆକ୍ରାନ୍ତ ୧୦ ରାଜ୍ୟରେ ଓଡ଼ିଶା,ଭାରତରେ ସୁସ୍ଥତା ହାର ୮୩ ପ୍ରତିଶତକୁ ବୃଦ୍ଧି

Share this:

ନୂଆଦିଲ୍ଲୀ: ଦେଶ ପାଇଁ ଖୁସି ଖବର। ଭାରତରେ  ଅଧିକ ସଂଖ୍ୟକ କରୋନା ସୁସ୍ଥତା ରିପୋର୍ଟ ଜାରି ରଖିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ପୁନରୁଦ୍ଧାର (Recovered) ହାର ୮୩% କୁ ବୃଦ୍ଧି ପାଇଛି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪ ହଜାର ୮୭୭ କରୋନାରୁ ପୁନରୁଦ୍ଧାର ପଞ୍ଜିକୃତ ହୋଇଥିବାବେଳେ ନୂଆ କରୋନା ପଜିଟିଭ (Corona Positive) ସଂଖ୍ୟା  ୭୦ ହଜାର ୫୮୯ ରହିଛି। ବର୍ତ୍ତମାନ ଦେଶରେ ମୋଟ ସୁସ୍ଥତା ସଂଖ୍ୟା ୫୧ ଲକ୍ଷ ୧ ହଜାର ୩୯୭ କୁ ଛୁଇଁଛି।

ସର୍ବାଧିକ ସୁସ୍ଥତା ହୋଇଥିବା ୭୩ % ମାମଲା ଦଶଟି ରାଜ୍ୟରୁ ରିପୋର୍ଟ କରାଯାଇଛି। ମହାରାଷ୍ଟ୍ର (Maharashtra ), କର୍ଣ୍ଣାଟକ (Karnataka), ଆନ୍ଧ୍ରପ୍ରଦେଶ (Andhra Pradesh), ତାମିଲନାଡୁ (Tamilnadu), ଉତ୍ତରପ୍ରଦେଶ, ଦିଲ୍ଲୀ, ଓଡ଼ିଶା (Odisha ), କେରଳ, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶ। ସେହିପରି ପ୍ରାୟ ୨୦ ହଜାର ପୁନରୁଦ୍ଧାର ସହିତ ମହାରାଷ୍ଟ୍ର ଏହି ତାଲିକାରେ ଶୀର୍ଷରେ ଥିବାବେଳେ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ଉଭୟ ଦିନିକିଆ ରେକର୍ଡରେ ୭ ହଜାରରୁ ଅଧିକ ରହିଛି। ବର୍ତ୍ତମାନ ସୁସ୍ଥତା ସଂଖ୍ୟା ସଂକ୍ରମିତ ଠାରୁ ଅଧିକ ରହିଛି। ସଂକ୍ରମିତ ସଂଖ୍ୟା ଠାରୁ ୯ ଲକ୍ଷ ୪୭ ହଜାର ୫୭୬ ଅଧିକ ସୁସ୍ଥତା ଲାଭକରିଥିବା ଲୋକଙ୍କ ସଂଖ୍ୟା ଅଟେ।

ଏଥିସହିତ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ,ତାମିଲନାଡୁ, କେରଳ, ଉତ୍ତର ପ୍ରଦେଶ,ଛତଶଗଡ଼,ଆସାମ , ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟରୁ ୭୩ ପ୍ରତିଶତ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  

ସେହିପରି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୬ ଜଣଙ୍କର ମୃତ୍ୟୁ ଘଟିଛି। କରୋନା କାରଣରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଟି ରାଜ୍ୟ ଓ କେନ୍ଦ୍ରାଞ୍ଚଳ ରେ ମୃତ୍ୟୁ ହାର ୭୮ ପ୍ରତିଶତ ଅଟେ।

Also Read: Odisha Covid19: ଆଜି ୩୦୬୭ ଜଣ କରୋନା ପଜିଟିଭ ଚିହ୍ନଟ

Share this: