Odisha Covid 19: ଆଜି ୧୬୧୭ କରୋନା ସଂକ୍ରମଣ ସଂଖ୍ୟା ଚିହ୍ନଟ

corona11

ଭୁବନେଶ୍ଵର: ଆଜି ରାଜ୍ୟରେ ୧୬୧୭ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୯୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬୭୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଅନୁଗୋଳରୁ ୭୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୨୨ ଜଣ, ଗଞ୍ଜାମରୁ ୨୦ ଜଣ, କଟକରୁ ୧୨୮ ଜଣ, କନ୍ଧମାଳ ଜିଲ୍ଲାରୁ ୧୪ ଜଣ, କୋରାପୁଟରୁ ୩୨ ଜଣ, କେନ୍ଦ୍ରାପଡ଼ାରୁ ୫୪ ଜଣ, କେଉଁଝରରୁ ୫୩ ଜଣ ଓ କଳାହାଣ୍ଡିରୁ ୮୪ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୨୨ ଜଣ, ସୁନ୍ଦରଗଡ଼ରୁ ୯୩ ଜଣ ଓ ସୋନପୁର ଜିଲ୍ଲାରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୪୦ ଜଣ, ଜଗତସିଂହପୁରରୁ  ୮୦ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୩୯ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୩୫ ଜଣ, ବାଲେଶ୍ଵରରୁ ୭୬ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୬୮ ଜଣ, ବୌଦ୍ଧରୁ ୧୯ ଜଣ ଏବଂ ଭଦ୍ରକରୁ ୩୦ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୮ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୭୬ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୪୦ ଜଣ, ନବରଙ୍ଗପୁରରୁ ୩୩ ଜଣ ଓ ନୂଆପଡ଼ାରୁ ୫୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୪୫ ଜଣ, ଦେଓଗଢ଼ରୁ ୧୧ ଜଣ, ରାୟଗଡାରୁ ୧୫ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୮୫ ଜଣ ଏବଂ ମାଲକାନଗିରିରୁ ୧୭ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୩୬ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪୪ ଲକ୍ଷ ୬୩ ହଜାର ୫୫୯ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୮୭ ହଜାର ୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨ ଲକ୍ଷ ୭୦ ହଜାର ୧୩୦ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ ହଜାର ୬୧୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read | ଆସନ୍ତା ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

Share this: