Covid19 India: ଗତ ୨୪ ଘଣ୍ଟାରେ ୪୯୮୮୧ ଜଣ ନୂଆ ସଂକ୍ରମିତ, ୫୧୭ ମୃତ

Share this:

New Delhi: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ହେଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୪୯ ହଜାର ୮୮୧ ନୂଆ କରୋନା ପଜିଟିଭ (Corona Virus) ଚିହ୍ନଟ ହୋଇଛନ୍ତି। ଏଥିସହିତ ୫୧୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଅନୁସାରେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧ଲକ୍ଷ ୨୦ ହଜାର ୫୨୭ରେ ପହଞ୍ଚିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ୪୦ ହଜାର ୨୦୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୬ ଲକ୍ଷ୩ ହଜାର ୬୮୭ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ୭୩ ଲକ୍ଷ ୧୫ହଜାର ୯୮୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଭାରତରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ଏବେ ମୋଟ ପଜିଟିଭ୍ ସଂଖ୍ୟାର ୭.୬୪ % ସକ୍ରିୟ ମାମଲା ଭାବେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦ଲକ୍ଷ ୬୬ ହଜାର ୭୮୬  ନମୁନା ପରୀକ୍ଷା ହୋଇଛି। ଏ ପର୍ଯ୍ୟନ୍ତ ମୋଟ ୧୦ କୋଟି ୫୪ ଲକ୍ଷ ୮୭ ହଜାର ୬୮୦ ନମନା ପରୀକ୍ଷା ହୋଇଛି।

Also Read | Smriti Irani: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍ ଚିହ୍ନଟ

Share this: