Smriti Irani: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍ ଚିହ୍ନଟ

Share this:

New Delhi: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ (Union Minister Smriti Irani) କରୋନା (Corona) ସଂକ୍ରମିତ ହୋଇଛନ୍ତି। ସ୍ମୃତି ଇରାନୀ ଟ୍ୱିଟ୍ କରି ଏହା ବିଷୟରେ ସୂଚନା ଦେଇଛନ୍ତି।

ସ୍ମୃତି ଇରାନୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ କୌଣସି ପ୍ରକାରର ଘୋଷଣା କରିବା ପାଇଁ ଏହା ସହ ଜଡିତ ଶବ୍ଦ ଖୋଜିବା ମୋ ପାଇଁ ଟିକେ କଷ୍ଟସାଧ୍ୟ, ତଥାପି ମୁଁ ଏହାକୁ ସରଳ ରଖିବାକୁ ଚାହେଁ ମୋତେ କରୋନା ପଜିଟିଭ (Corona Positive) ବୋଲି ଜଣାପଡିଛି ଏବଂ ମୋ ସହ ଯୋଗାଯୋଗରେ ଥିବା ସମସ୍ତ ଲୋକଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ସେମାନଙ୍କର କୋଭିଡ୍ ପରୀକ୍ଷା ଯଥାଶୀଘ୍ର କରନ୍ତୁ।

Related Post | Watch: ପଦ୍ମ ବଟନ୍ ଦବାଇଲେ ଘରକୁ ଲକ୍ଷ୍ମୀ ଆସିବେ :କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

ସୂଚନଯୋଗ୍ୟ, ଏପର୍ଯ୍ୟନ୍ତ ଅନେକ ରାଜନେତା ଏବଂ ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନିକଟରେ ବିହାର ଡେପୁଟି ସିଏମ ସୁଶୀଲ କୁମାର ମୋଦୀ (Sushil Kumar Modi) କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କୁ ଚିକିତ୍ସା ପାଇଁ ପାଟନା AIIMS ରେ ଭର୍ତ୍ତି କରାଯାଇଥିଲା। ଏଥିସହ ବିଜେପି ଦଳର ବରିଷ୍ଠ ନେତା ଶାହନାୱାଜ ହୁସେନ୍‌ (Syed Shahnawaz Hussain) ରାଲି କରିବା ସମୟରେ କରୋନା ପଜିଟିଭ୍ ଥିବା ଜଣାପଡିଛି। ଏହା ପରେ ତାଙ୍କୁ AIIMS ର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା।

Also Read | Similipal: ଆସନ୍ତା ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

Share this: