Similipal: ଆସନ୍ତା ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

Share this:

Similipal: କରୋନା ମହାମାରୀ କାଳରେ ବନ୍ଦ ଥିବା ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ପରିଚିତ ଶିମିଳିପାଳ ଅଭୟାରଣ୍ୟ (Similipal National Park) ଆସନ୍ତା ମାସନଭେମ୍ବର ୧ ତାରିଖରୁ ପର୍ଯ୍ୟଟକ ମାନଙ୍କ ଲାଗି ଖୋଲିବ।

ଶିମିଳିପାଳ ପର୍ଯ୍ୟଟକମାନଙ୍କ ପାଇଁ ସବୁ ସମୟରେ ଆକର୍ଷଣ କେନ୍ଦ୍ରବିନ୍ଦୁ ରହିଆସିଛି। ରାଜ୍ୟ, ଦେଶ ତଥା ବିଦେଶରୁ ପ୍ରତିବର୍ଷ ସହସ୍ରାଧିକ ପର୍ଯ୍ୟଟକ ଏଠାକୁ ଆସି ଜୀବଜନ୍ତୁଙ୍କ ସହିତ ନଦୀ, ଝରଣା, ଜଳପ୍ରପାତ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥା’ନ୍ତି।

ଚଳିତ ବର୍ଷ କୋଭିଡ୍‍ (Covid-19 Guidelines) କଟକଣା ପାଇଁ ଗତ ପର୍ଯ୍ୟଟନ ଋତୁର ଜୁନ୍‍ ୧୫ ତାରିଖରେ ବନ୍ଦ୍‍ ହେବାର ଥିଲେ ମଧ୍ୟ ବହୁ ଆଗରୁ ପର୍ଯ୍ୟଟକଙ୍କ ପ୍ରବେଶକୁ ନିଷେଧ କରାଯାଇଥିଲା। ଶିମିଳିପାଳରେ ପର୍ଯ୍ୟଟକମାନଙ୍କ ପାଇଁ ଥିବା ବିଭିନ୍ନ କଟେଜ୍‍ (cottage) ତଥା ପର୍ଯ୍ୟଟକ ବଙ୍ଗଳା (Guest House) ଭିତରେ ରହିବାପାଇଁ ମଧ୍ୟ ଅନ୍‍ଲାଇନ୍‍ (online) ଅଗ୍ରୀମ ବୁକିଂ (booking) ର ସୁବିଧା ରହିଛି।

ସେଠାରେ ପର୍ଯ୍ୟଟକମାନଙ୍କପାଇଁ ଆଦିବାସୀ ଖାଦ୍ୟ (Tribal foods)ର ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଚଳିତ ବର୍ଷର ଶୀତ ଶୀଘ୍ର ଅନୁଭୂତ ହେଉଥିବାରୁ ନଭେମ୍ବର ଓ ଡିସେମ୍ବର ମାସରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିବ ବୋଲି ଆଶା କରାଯାଉଛି। ସେଠାରେ ସ୍ୱତନ୍ତ୍ର ଭାବେ ପର୍ଯ୍ୟଟନ ଡିଏଫ୍‍ଓ (DFO) ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉ ନଥିବା ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଆସୁଛି।

Also Read| Scholarship and Sumangal Portal: ଛାତ୍ରବୃତ୍ତି ଏବଂ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ

Share this: